ମନ୍ତ୍ରୀ ପୁଅଙ୍କୁ ଗିରଫ ଦାବିରେ ଥାନା ଘେରାଉ

ଆନନ୍ଦପୁର : ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଘସିପୁରା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଦେବାଶିଷ ପାତ୍ରଙ୍କୁ ଗିରଫ ଦାବିରେ ଆଜି ୫ ଶହରୁ ଉର୍ଦ୍ଧ୍ୱ ପୁରୁଷ ଓ ମହିଳା ଥାନା ଘେରାଉ କରିଛନ୍ତି। ଦେବାଶିଷଙ୍କୁ ଗିରଫ ନ କଲେ ବାଧ୍ୟହୋଇ ଆଇନ୍‌ ହାତକୁ ନେବେ ବୋଲି ଚେତାବନୀ ଦେଇଛନ୍ତି। ଘସିପୁରାରେ ପୁଲିସ୍‌ ସମ୍ମୁଖରେ ହଣାକଟା ଓ ଆନନ୍ଦପୁର ପୌର ଉପାଧ୍ୟକ୍ଷ ସୁରେଶ ସାହୁଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ସେମାନେ ଏହିଭଳି ପଦକ୍ଷେପ ଗ୍ରହଣ କରିଥିବା ଜଣାପଡ଼ିଛି।

ଅଭିଯୋଗ ଅନୁସାରେ, ଗତ ୬ତାରିଖରେ ଦିନ ୧୨ଟାରେ ସନାସେନା ଓ ବିଜେପି ସମର୍ଥକ ମଧ୍ୟରେ ଘସିପୁରା ବସ୍‌ଷ୍ଟାଣ୍ଡରେ ପ୍ରଥମେ ମାରପିଟ୍‌ ହୋଇଥିଲା। କୌଣସି କାରଣ ନଥାଇ ଦେବାଶିଷଙ୍କ ଇଙ୍ଗିତରେ ଶ୍ରୀ ସାହୁଙ୍କ ଉପରେ ଆକ୍ରମଣ କରାଯାଇଥିଲା। ଇତିମଧ୍ୟରେ ଘଟଣାକୁ ୪ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ୍‌ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଏହାର ପ୍ରତିବାଦରେ ଆାଜି ସଂଧ୍ୟା ୮ଟାରେ ମହିଳା ଓ ପୁରୁଷମାନେ ଶୈଲଙ୍ଗସ୍ଥିତ ସନାସେନା କାର୍ଯ୍ୟାଳୟରୁ ପଦଯାତ୍ରାରେ ବାହାରି ଘସିପୁରା ଥାନା ଘେରାଉ କରିଥିଲେ।

ସମ୍ବନ୍ଧିତ ଖବର