ଲଣ୍ଡନ ରୟାଲ୍‌ କଲେଜ ଅଫ୍‌ ଫିଜିସିଆନ୍‌ସ ପକ୍ଷରୁ ଡା. ବ୍ରଜରାଜ ଦାସଙ୍କୁ ଫେଲୋସିପ୍‌

ଭୁବନେଶ୍ୱର : ଓଡ଼ିଶାର ସଫଳ ଓ ସ୍ବନାମଧନ୍ୟ ହୃଦ୍‌‌‌ରୋଗ ବି‌ଶେଷଜ୍ଞ ଡା. ବ୍ରଜରାଜ ଦାସ ‌ଦେଶ ତଥା ରାଜ୍ୟ ପାଇଁ ‌ଗୌରବ ଆଣିଛନ୍ତି। ଏନେଇ ତାଙ୍କୁ ବିଭିନ୍ନ ମହଲରୁ ଶୁ‌ଭେଚ୍ଛା ଜ୍ଞାପନ କରାଯାଇଛି। ଡା. ଦାସ ଚଳିତ ବର୍ଷ ମର୍ଯାଦାସଂପନ୍ନ ଲଣ୍ଡନ ରୟାଲ୍‌ କଲେଜ ଅଫ୍‌ ଫିଜିସିଆନ୍‌ସ ପକ୍ଷରୁ ‌‌ଫେଲୋସିପ୍‌ ପାଇବା ପାଇଁ ‌ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହାକୁ ଛାଡ଼ି ସେ ପୂର୍ବରୁ ଗ୍ଲାସ୍‌‌ଗୋ ରୟାଲ୍‌ କଲେଜ ଅଫ୍‌ ଫିଜିସିଆନ୍‌ସ ଓ ଏଡିନ୍‌ବର୍ଗ ରୟାଲ୍‌ କଲେଜ ଅଫ୍‌ ଫିଜିସିଆନ୍‌ସ ପକ୍ଷରୁ ‌ଫ‌େଲୋସିପ୍‌ ହାସଲ କରିସାରିଛନ୍ତି। ଡା. ଦାସ ଏପରି ‌‌ଫେଲୋସିପ୍‌ ହାସଲ କରିବା‌ରେ ଭାରତର କିଛି ଆଗଧାଡ଼ିର ଡାକ୍ତରଙ୍କ ମଧ୍ୟ‌ରେ ଅନ୍ୟତମ ଏବଂ ଓଡ଼ିଶାର ପ୍ରଥମ।

ଖାଲି ସେତିକି ନୁହେଁ, ସେ ଆମେରିକାନ୍‌ କଲେଜ ଅଫ୍‌ କାର୍ଡିଓଲୋଜି, ଆମେରିକାନ୍‌ ‌ସୋସାଇଟି ଅଫ୍‌ କାର୍ଡିଓଲୋଜି ଓ ଏସିଆନ୍‌ ‌ସ୍ପ‌େସିଫିକ୍ ‌ସୋସାଇଟି ଅଫ୍‌ ଇଣ୍ଟରଭେନ୍‌ସନାଲ୍‌ କାର୍ଡିଓଲୋଜି ପକ୍ଷରୁ ମଧ୍ୟ ‌‌‌ଫେଲୋସିପ୍‌ ହାସଲ କରି ବିରଳ କୃତିତ୍ବର ଅଧିକାରୀ ‌ହୋଇପାରିଛନ୍ତି।

ସୂଚନା ଥାଉ କି ଡା. ଦାସ ବର୍ତମାନ ଭୁବନେଶ୍ବରସ୍ଥ ଆପୋଲ ହସ୍‌ପିଟାଲ୍‌ରେ ବରିଷ୍ଠ ହୃଦ୍‌‌ରୋଗ ବି‌ଶେଷଜ୍ଞ ଭା‌ବେ କାର୍ଯ୍ୟରତ ଅଛନ୍ତି। ହୃଦ୍‌‌ରୋଗ ଚିକିତ୍ସା‌ରେ ତାଙ୍କର ପ୍ରାୟ ଦୁଇ ଦଶନ୍ଧିର ଅଭିଜ୍ଞତା ରହିଛି। ସେ ଇଣ୍ଟରନ୍ୟାସ୍‌ନାଲ୍‌ ୟୁନିଅନ୍‌ ଅଫ୍‌ ଆଞ୍ଜିଓଲୋଜି, ୟୁ‌ରୋପିଆନ୍‌ ଆ‌‌‌ସୋସିଏସନ୍‌ ଅଫ୍‌ ପରକୁ‌ଟେନସ୍‌ କାର୍ଡିଓଭାସ୍‌କୁଲାର ଇଣ୍ଟର‌ଭେନ୍‌ସନ୍‌ ଏବଂ ସୋସାଇଟି ଫର୍‌ କାର୍ଡିଓଭାସ୍‌କୁଲାର ଆଞ୍ଜିଓଗ୍ରାଫି ଆଣ୍ଡ ଇଣ୍ଟରଭେନ୍‌ସନ୍‌ର ସଦସ୍ୟ ଭାବେ ମଧ୍ୟ ଦାୟିତ୍ବ ନିର୍ବାହ କରୁଛନ୍ତି।

ସମ୍ବନ୍ଧିତ ଖବର