୮୦ ଲକ୍ଷ ଟଙ୍କାର ମେସିନ ଓ ଗାଡ଼ି ଚୋରି

ବ୍ରଜରାଜନଗର : ବ୍ରଜରାଜନଗର ଥାନା କେଚ୍ଛୋବାହାଲରେ ଥିବା କ୍ରସର ମାଲିକ ପଙ୍କଜ ଅଗ୍ରୱାଲଙ୍କ କ୍ୟାମ୍ପରୁ ୮୦ ଲକ୍ଷ ଟଙ୍କାର ସାମଗ୍ରୀ ତଥା ଗାଡ଼ି ଚୋରି ହୋଇଥିବା ନେଇ ଅଶୋକ ମହାପାତ୍ର ଥାନାରେ ଅଭିଯୋଗ କରିଛନ୍ତି। ଶନିବାର ରାତି ୧୦ଟାରେ ବିଶ୍ବଜିତ ରାଓ ଶୋଇବା ପାଇଁ କ୍ୟାମ୍ପକୁ ଯାଇଥିଲେ। ସକାଳେ ସେଠାରେ ଗାଡ଼ି ନଥିଲା। ଗାଡ଼ି ଦାୟିତ୍ବରେ ଥିବା ପ୍ରିୟନ୍ତ ମହାକୁଡ଼, ରାଜେଶ ବେହେରା, ଦୁଷ୍ମନ୍ତ ମଧ୍ୟ ସେଠାରେ ନଥିଲେ। ଗାଡ଼ି ମାଲିକ ଅଶୋକ ମହାପାତ୍ର ଏହି ୩ ଜଣଙ୍କ ଉପରେ ସଂଦେହ ହେଉଥିବା ଏତଲାରେ ଉଲ୍ଲେଖ କରିଛନ୍ତି। ବ୍ରଜରାଜନଗର ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର