ଏମିତି ଚାଲିଛି ମହାପ୍ରୟାଣ ଯୋଜନା, ମାତ୍ର ୨ ଶହ ଟଙ୍କା ପାଇଁ ପଡ଼ିରହିଲା ଶବ

ବରଗଡ଼ : ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୁଣି ମହାପ୍ରୟାଣ ଯୋଜନା ଫେଲ୍‌ ମାରିଛି। ମାତ୍ର ୨ଶହ ଟଙ୍କା ପାଇଁ ଦୁଇ ଘଣ୍ଟା ଧରି ବାରଣ୍ଡାରେ ମହିଳାଙ୍କ ଶବ ପଡ଼ି ରହିଥିଲା। ଟଙ୍କା ନ‌ଦେଲେ ବ୍ୟବଚ୍ଛେଦ ଗୃହକୁ ଶବ ନେବା ପାଇଁ ମହାପ୍ରୟାଣ ଗାଡ଼ି ଚାଳକ ମନା କରି ଦେଇଥିଲା। ଏଣେ ପରିଜନଙ୍କ ପାଖରେ ଟଙ୍କା ନଥିବାରୁ ଶବ ସେଭଳି ବାରଣ୍ଡାରେ ପଡ଼ି ରହିଥିଲା।

ଅମ୍ବାଭୋନା ବ୍ଲକ୍‌ ବେନିଆପାଲି ଗ୍ରାମର ବାସନ୍ତି ଧରୁଆଙ୍କ ମୃତ୍ୟୁ ପରେ ଶବ ବ୍ୟବଚ୍ଛେଦ ପାଇଁ ସହରସ୍ଥିତ ବ୍ୟବଚ୍ଛେଦ ଗୃହକୁ ନେବା ପାଇଁ ବ୍ୟବସ୍ଥା ଚାଲିଥିଲା। ହେଲେ ମହାପ୍ରୟାଣ ଗାଡ଼ି ଚାଳକ ୨ ଶହ ଟଙ୍କା ଦାବି କରିଥିଲା। ପୁଅ ଟଙ୍କା ଦେଇ ନପାରିବାରୁ ଶବ ଦୁଇଘଣ୍ଟା ପଡ଼ି ରହିଥିଲା। ପରେ ଏଡିଏମ୍‌ ମିର୍ଦ୍ଧା ଟପ୍ପୋ ହସ୍ତକ୍ଷେପ କରିବା ପରେ ଶବ ଉଠିଥିଲା।

ସମ୍ବନ୍ଧିତ ଖବର