ମାଲକାନଗିରି: ଦୁର୍ଦ୍ଦାନ୍ତ ମାଓ ଦମ୍ପତିଙ୍କ ଆତ୍ମସମର୍ପଣ

ମାଲକାନଗିରି: ଶୁକ୍ରବାର ପୂର୍ବାହ୍ନରେ ଦୁର୍ଦ୍ଦାନ୍ତ ମାଓ ଦମ୍ପତି ସୋନି ଓୟାମ୍‌ ଏବଂ ବିଜଲ କାଡ୍‌ମେ ମାଲକାନଗିରି ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।

୨୩ ବର୍ଷୀୟ ସୋନି ଏବଂ ୨୬ ବର୍ଷିୟ ବିଜଲ୍‌ ୨୦୦୮ ମସିହାରୁ ମାଓ ସଙ୍ଗଠନରେ ଯୋଗ ଦେଇଥିଲେ। ମାଓ କମାଣ୍ଡର୍‌ ସାଗରଙ୍କ ଅଧୀନରେ ସେମାନେ ଛତିଶଗଡ଼ ଏବଂ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟରତ ଥିଲେ। ଉଭୟଙ୍କୁ ଧରାଇ ଦେଲେ ଦୁଇ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଦିଆଯିବ ବୋଲି ଓଡ଼ିଶା ସରକାର ଘୋଷଣା କରିଥିଲେ।

ମାଓ ସଙ୍ଗଠନରେ ବଢୁଥିବା ନିର୍ଯାତନା, ଭେଦଭାବ, ଆଦିବାସୀଙ୍କ ପ୍ରତି ଅତ୍ୟାଚାର ସହି ନ ପାରି ଉଭୟ ଏସ୍‌ପି ଜଗମୋହନ ମୀନାଙ୍କ ନିକଟରେ ଆତ୍ମସମର୍ପଣ କରିଥିବା କଥା କହିଛନ୍ତି।

ବିଜାପୁର ଜିଲ୍ଲା ଅନ୍ତର୍ଗତ ପେଡ଼ାକାର୍ମେ ଗାଁ’ରେ ସୋନିଙ୍କ ଓ ବିଜଲ୍‌ଙ୍କର ଘର। ଗତ କିଛି ମାସ ହେବ ଉଭୟେ ବିବାହ କରିଥିଲେ।

ସମ୍ବନ୍ଧିତ ଖବର