ଓଡ଼ିଆ ପ୍ରଫେସରଙ୍କ ସଫଳତା : ୧୪ ଦିନରେ ସାଇକେଲ ମାଧ୍ୟମରେ ଅତିକ୍ରମ କଲେ ମାଲେସିଆ ଉପକୂଳ

ଭୁବନେଶ୍ୱର : ଓଡ଼ିଶା ପ୍ରଫେସର ତଥା ସାଇକେଲ ଚାଳକ ଏସ ଏସ ଏସ ସମିମ୍ ଏକ ବିରଳ ସଫଳତା ହାସଲ କରିଛନ୍ତି । ନିକଟରେ ସେ ପ୍ରାୟ ୨ ହଜାର କିଲୋମିଟର ଦୀର୍ଘ ମାଲେସିଆନ ପେନିନସୁଲାର ରାଇଡ ମାତ୍ର ୧୪ ଦିନରେ ସଂପୂର୍ଣ୍ଣ କରି ଏହି ସଫଳତା ହାସଲ କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରୋଟାରୀ କାର୍ଯ୍ୟକ୍ରମ ସଂପର୍କରେ ସଚେତନତା ସୃଷ୍ଟି ଓ ଶିଶୁମାନଙ୍କ ଶିକ୍ଷା ଲାଗି ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ ସେ ଏହି ସାଇକେଲ ଭ୍ରମଣ କରିଛନ୍ତି । ଗତ ଜୁଲାଇ ୨୭ରେ ସେ ନିଜର ଏହି ସାଇକେଲ ଯାତ୍ରା ଆରମ୍ଭ କରିଥିଲେ ଓ ଏହି ସାଇକେଲ ଯାତ୍ରା ସମୟରେ ସେ ୨୦ଟି ସହର, ୨୦ଟି ଆଞ୍ଚଳିକ ପରିଷଦ ଅତିକ୍ରମ କରିଥିଲେ ଓ ପ୍ରାୟ ୫ ଲକ୍ଷ ମାଲେସୀୟ ମୁଦ୍ରା ସଂଗ୍ରହ କରିଥିଲେ ।

ମାଲେସିଆସ୍ଥିତ ମଣିପାଲ ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟରେ କମ୍ପ୍ୟୁଟର ଆପ୍ଲିକେସନ ବିଭାଗରେ ସହକାରୀ ପ୍ରଫେସର ଭାବେ କାର୍ଯ୍ୟରତ ସମିମ ଓଡ଼ିଶାର ଭଦ୍ରକ ଜିଲ୍ଲାର ବାସିନ୍ଦା । ସେ ୨୦୧୬ରେ ବାଙ୍ଗାଲୁରୁରୁ କୋରାପୁଟକୁ ସାଇକେଲ ଯାତ୍ରା କରିଥିଲେ । ସେ ମଧ୍ୟ କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଭାରତ ସାଇକେଲ ମାଧ୍ୟମରେ ଅତିକ୍ରମ କରିଛନ୍ତି ।

ସମ୍ବନ୍ଧିତ ଖବର