‘ମଞ୍ଜରୀ’ ନେଇ ଆସୁଛି ଭରପୂର ମନୋରଞ୍ଜନ, ବିନା ମୂଲ୍ୟରେ

ଭୁବନେଶ୍ବର : ପବିତ୍ର ରଥଯାତ୍ରା ଅବସରରେ ଆଜିଠାରୁ ପ୍ରଥମ ଓଡିଆ ଫ୍ରି–ଟୁ–ଏୟାର ମନୋରଞ୍ଜନ ଚାନେଲ ‘ମଞ୍ଜରୀ’ ଏହାର କାର୍ଯ୍ୟକ୍ରମଗୁଡ଼ିକର ପ୍ରସାରଣ ଆରମ୍ଭ କରିବାକୁ ଯାଉଛି। ଲକଡାଉନ୍ ସମୟରେ ସରକାରୀ କଟକଣାକୁ ପାଳନ କରି ସମସ୍ତ ମନୋରଞ୍ଜନ ଚାନେଲଗୁଡିକ ପକ୍ଷରୁ ସୁଟିଂ ବନ୍ଦ ରହିଥିଲା। ଏବେ ସେସବୁ କଟକଣାରେ କିଛିଟା କୋହଳ ହେବା ପରେ ‘ମଞ୍ଜରୀ’ ପକ୍ଷରୁ ପୁଣି ଥରେ କାର୍ଯ୍ୟକ୍ରମଗୁଡ଼ିକର ପ୍ରସାରଣ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ‘ମଞ୍ଜରୀ’ ହେଉଛି ପ୍ରଥମ ଓଡ଼ିଆ ମନୋରଞ୍ଜନ ଚାନେଲ ଯାହାକୁ ଓଡ଼ିଆ ଦର୍ଶକମାନେ ସମ୍ପୂର୍ଣ୍ଣ ଭାବେ ବିନା ମୂଲ୍ୟରେ ଦେଖିପାରିବେ। ଓଡ଼ିଶାର ପ୍ରାୟ ସମସ୍ତ ମଲ୍ଟି ସିଷ୍ଟମ ଅପରେଟର, ଲୋକାଲ କେବୁଲ ନେଟୱର୍କ, ଏୟାରଟେଲ (ଚାନେଲ ନମ୍ବର– ୬୦୦), ଟାଟା ସ୍କାଏ (ଚାନେଲ ନମ୍ବର– ୧୭୭୭), ଡିସ୍‌ ଟିଭି (ଚାନେଲ ନମ୍ବର–୧୩୦୯), ଭିଡିଓକନ୍ (ଚାନେଲ ନମ୍ବର– ୮୩୦), ଇଏମ୍ ଡିଜିଟାଲ (ଚାନେଲ ନମ୍ବର–୧୧୪), ହାଥ୍ ଓ୍ବେ(ଚାନେଲ ନମ୍ବର–୭୩୩) ଓ ସିଟି କେବୁଲ (ଚାନେଲ ନମ୍ବର– ୧୬)ରେ ‘ମଞ୍ଜରୀ’ ଉପଲବ୍ଧ ହେଉଛି।

ଏଥିରେ ପ୍ରସାରିତ ନୂଆ ମେଗା ଧାରାବାହିକ ‘ମୋ ଦେହେ ବୋଳିଦେ ତୋ ଦେହ କଳା’, ‘ବୋହୂ ଆମର ଏନ୍‌ଆର୍‌ଆଇ’, କମେଡି ଧାରାବାହିକ ‘କିଡନାପ କମ୍ପାନୀ’, ‘ୟେଣ୍ଟରଟେନମେଣ୍ଟର ଦକ୍ଷିଣୀ ଛୁଙ୍କ’, ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ‘ଦିବ୍ୟ ଚେତନା’, ‘ମା’ ଏବଂ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଧାରାବାହିକ ‘ଶ୍ରୀ ବିନାୟକ’ ଭଳି ଅନେକ ଗୁଡିଏ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମକୁ ଓଡ଼ିଆ ଦର୍ଶକମାନେ ଏହି ଚାନେଲରେ ବିନା ମୂଲ୍ୟରେ ଉପଭୋଗ କରିପାରିବେ। ‘ବଜରଙ୍ଗୀ କଲୋନି’ ନାମରେ ଏକ ନୂଆ ହାସ୍ୟରସାତ୍ମକ କାର୍ଯ୍ୟକ୍ରମ ଖୁବ ଶୀଘ୍ର ‘ମଞ୍ଜରୀ’ରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ହାସ୍ୟ ସମ୍ରାଟ ପପୁ ପମପମ୍ ଓ ଯାତ୍ରା ଦୁନିଆର ବେଶ୍ ଜଣାଶୁଣା ରାନୀ ପଣ୍ତାଙ୍କୁ ଦେଖିବାକୁ ମିଳିବ।

ଆଜି ପବିତ୍ର ରଥଯାତ୍ରା ଅବସରରେ ‘ମଞ୍ଜରୀ’ରେ ସକାଳ ୭ ଟାରେ ଏକ ବିଶେଷ କାର୍ଯ୍ୟକ୍ରମ ‘ଦରଶନ ଦିଅ ଜଗନ୍ନାଥ’ ପ୍ରସାରିତ ହେବାକୁ ଯାଉଛି। ଦର୍ଶକଙ୍କ ସହିତ ସବୁ ସମୟରେ ଯୋଡ଼ି ହୋଇ ରହିବା ପାଇଁ ‘ମଞ୍ଜରୀ’ ୟୁଟ୍ୟୁବ, ଫେସବୁକ, ଇଂଷ୍ଟାଗ୍ରାମ୍ ଓ ଟୁଇଟର ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଉପଲବ୍ଧ ରହିଛି। ‘ମଞ୍ଜରୀ’ର କାର୍ଯ୍ୟକ୍ରମ ଜାତୀୟସ୍ତରର ମନୋରଞ୍ଜନ ଚାନେଲଗୁଡ଼ିକଠାରୁ କୌଣସି ଗୁଣରେ କମ୍ ହେବ ନାହିଁ ବୋଲି ଚାନେଲ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ଓଡ଼ିଆ ଦର୍ଶକ ‘ମଞ୍ଜରୀ’କୁ ସେମାନଙ୍କର ଭରପୂର ଶ୍ରଦ୍ଧା ଓ ସମର୍ଥନ ଦେବେ ବୋଲି ଚାନେଲ ପକ୍ଷରୁ ଆଶା ପୋଷଣ କରାଯାଇଛି।

ସମ୍ବନ୍ଧିତ ଖବର