କ୍ୟାମ୍ପ୍‌ ଠାବ ପରେ ଅନୁମାନ ସତ : କନ୍ଧମାଳରେ ଆକ୍ରମଣ ପାଇଁ ମାଓବାଦୀଙ୍କ ବ୍ଲୁ ପ୍ରିଣ୍ଟ

ଫୁଲବାଣୀ : କନ୍ଧମାଳରେ ମାଓବାଦୀ ସକ୍ରିୟ। ବିଭିନ୍ନ ଜଙ୍ଗଲରେ କ୍ୟାମ୍ପ୍‌ କରି ଆକ୍ରମଣ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ମାଓବାଦୀ। ଏମିତି ଖବର ଗୁଇନ୍ଦା ବିଭାଗରୁ ମିଳିବା ପରେ ପୁଲିସ ସତର୍କ ହୋଇଯାଇଛି। ମାଓବାଦୀଙ୍କ ଗତିବିଧି ଉପରେ କଡ଼ା ନଜର ରଖିବା ସହ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। ଗତକାଲି କୋଟଗଡ଼ ଥାନା ପାହିରାଜୁ ଜଙ୍ଗଲରେ ମାଓକ୍ୟାମ୍ପ ଚାଲିଥିବା ବେଳେ ପୁଲିସକୁ ଦେଖି ସେମାନେ ଅତର୍କିତ ଗୁଳି ବର୍ଷା କରିଥିଲେ। ତାପରେ ପାଲଟା ଗୁଳିମାଡ଼ରେ ମାଓବାଦୀ ଛତ୍ରଭଙ୍ଗ ଦେଇ ସେଠାରୁ ପଳାଇ ଯାଇଥିଲେ। ପୁଲିସ ମାଓକ୍ୟାମ୍ପ ଠାବ କରିବା ସହ ସେଥିରୁ ବନ୍ଧୁକ, ବିସ୍ଫୋରକ ସାମଗ୍ରୀ, ଗୁଳି ଓ ଅନ୍ୟାନ୍ୟ ବ୍ୟବହୃତ ସାମଗ୍ରୀ ଜବତ କରିଥିଲା। ଏହା ପରେ ଜିଲ୍ଲାର ବିଭିନ୍ନ ମାଓ ପ୍ରଭାବିତ ଅଞ୍ଚ‌ଳରେ କମ୍ବିଂ ଅପରେସନକୁ ବଢ଼ାଇ ଦିଆଯାଇଛି। ଏମିତି କି ସଂପୃକ୍ତ ଅଞ୍ଚଳର ଥାନାଗୁଡିକୁ ମଧ୍ୟ ଆଲର୍ଟ ରହିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର