ଗନ୍ଧମାର୍ଦ୍ଦନ ପର୍ବତରେ ମାଓ କ୍ୟାମ୍ପ ଠାବ

ପାଇକମାଳ :  ପାଇକମାଳ ବ୍ଲକ୍‌ ଗନ୍ଧମାର୍ଦ୍ଦନ ପର୍ବତରେ ଶନିବାର  ମାଓ କ୍ୟାମ୍ପ ଠାବ ସହ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି । ଓଡ଼ିଶା ଆର୍ମଡ୍‌ ପୁଲିସ୍ ଫୋର୍ସର ଯବାନମାନେ କମ୍ବିଂ ଚଳାଇଥିବାବେଳେ ଏହି ମାଓ କ୍ୟାମ୍ପ ଠାବ କରିଥିଲେ। ଏନେଇ ଆଖପାଖ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବରିଷ୍ଠ ପୁଲିସ୍‌ ଅଧିକାରୀମାନେ ପାଇକମାଳ ପହଂଚି ସ୍ଥିତିର ସମୀକ୍ଷା କରିଛନ୍ତି। ତେବେ ଏନେଇ ପୁଲିସ୍‌ ପକ୍ଷରୁ କିଛି ସବିଶେଷ ତଥ୍ୟ ପ୍ରକାଶ କରାଯାଇନାହିଁ। ବର୍ତମାନ ମାଓ ସଂଗଠନ ସହିଦ ସପ୍ତାହ ପାଳନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଆର୍ମଡ୍‌ ଫୋର୍ସ ଗନ୍ଧମାର୍ଦ୍ଦନ ପାହାଡ଼ରେ ଜୋର୍‌ଦାର୍‌ କମ୍ବିଂ ଚଳାଇଥିଲେ।

ସମ୍ବନ୍ଧିତ ଖବର