ନିଆରା ବିବାହ : ପ୍ରେମିକା ସହିତ ସ୍ବାମୀକୁ ବିବାହ କରାଇଲେ ପତ୍ନୀ

ମାଥିଲି/ମାଲକାନଗିରି : ପ୍ରେମିକା ସହ ସ୍ବାମୀଙ୍କ ବାହାଘର। ଆଉ ଏହି ବାହାଘର କରାଇଛନ୍ତି ପ୍ରଥମ ପତ୍ନୀ। କଥାଟି ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଏଭଳି ଏକ ନିଆରା ବିବାହ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଅଗ୍ନିକୁ ସାକ୍ଷୀ ରଖି ଯେଉଁ ସ୍ବାମୀ ଦିନେ ପତ୍ନୀର ମଥାରେ ସିନ୍ଦୂର ପିନ୍ଧାଇଥିଲା ଆଜି ସେହି ସ୍ବାମୀ ପାଇଁ ପତ୍ନୀ ଦ୍ବିତୀୟ ବାହାଘରର ପ୍ରମୁଖ କର୍ତ୍ତା ହୋଇଛନ୍ତି। ଆଜି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍‌ ଅନ୍ତର୍ଗତ କମାରପଲି ଗ୍ରାମରେ ଘଟିଥିବା ଏଭଳି ନିଆରା ବାହାଘର ଚର୍ଚ୍ଚାର ବିଷୟ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ ପ୍ରାୟଏକ ମାସ ତଳେ କମାରପାଲି ଗ୍ରାମର ଆଇତା ମାଡକାମୀଙ୍କ ସହ ବିବାହିତ ରାମ କବାସୀଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ। ପ୍ରେମିକା ଆଇତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇଥିଲେ ବିବାହିତ ରାମ କବାସୀ। ପ୍ରେମିକା କିନ୍ତୁ ଆଶଙ୍କା ମଧ୍ୟରେ ରହୁଥିଲେ। ରାମ ଜଣେ ବିବାହିତ ପୁରୁଷ ଏବଂ ତାଙ୍କର ତିନିଟି ସନ୍ତାନ ଥିବା ଯୋଗୁଁ କାଳେ ବିବାହ କରିବେ ନା ନାହିଁ ସେଥିନେଇ ସନ୍ଦେହ କରିବା ସହ ଆଇନର ଆଶ୍ରୟ ନେବାକୁ ଧମକ ବି ଦେଉଥିଲେ। କାଳେ ସ୍ବାମୀଙ୍କୁ ଜେଲ ହୋଇଯିବ ଓ ୪ ପୁଅ ଝିଅ ବେସାହାରା ହୋଇଯିବେ ଏଭଳି ଭୟ ଘାରିଥିଲା ପତ୍ନୀ ଗାୟତ୍ରୀଙ୍କ ମନରେ। ତେଣୁ ଗାୟତ୍ରୀ ଶେଷରେ ବାଧ୍ୟ ହୋଇ ସ୍ବାମୀ ରାମଙ୍କ ପ୍ରେମକୁ ସ୍ବୀକୃତି ଦେବା ସହ ପ୍ରେମିକା ଆଇତାଙ୍କ ସହ ହିନ୍ଦୁ ରୀତିନୀତିରେ ମାଥିଲି ସିଦ୍ଧେଶ୍ବର ମନ୍ଦିରରେ ବିବାହ କରାଇଥିଲେ। ଏହି ବିବାହ ଉତ୍ସବରେ ଗାଁର କିଛି ଭଦ୍ର ବ୍ୟକ୍ତିଙ୍କ ସମେତ ଉଭୟ ପରିବାର କିଛି ସଦସ୍ୟଙ୍କ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର