ଝିଅ ବିବାହ ସହାୟତା ୨୫ ହଜାରରୁ ୫୦ ହଜାରକୁ ବୃଦ୍ଧି

ନିମାର୍ଣ ଶ୍ରମିକମାନଙ୍କ ପକ୍ଷରୁ ନବୀନଙ୍କୁ ସମ୍ବର୍ଦ୍ଧନ‌ା

ଭୁବନେଶ୍ବର: ଅ‌ାଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ନିର୍ମାଣ ଶ୍ରମିକମାନଙ୍କ ପକ୍ଷରୁ ନବୀନ ନିବାସ ଠାରୁ ସମ୍ବର୍ଦ୍ଧନା କରାଯାଇଛି ।୫୦୦ରୁ ଉର୍ଦ୍ଧ ମହିଲା ଓ ପୁରୁଷ ଶ୍ରମିକ ସୁରକ୍ଷା ପୋଷାକ ପିନ୍ଧି ନବୀନ ନିବାସ ଠାରେ ପହଞ୍ଚିଥିଲେ । ଗତ ଦୁଇଦିନ ତଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ନିମାର୍ଣ ଶ୍ରମିକଙ୍କ ପାଇଁ ବହୁ କଲ୍ୟାଣ କାରି ଯୋଜନା ଘୋଷଣା କରି ସାରା ଦେଶରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି । ପୂର୍ବରୁ ଦୁର୍ଘଟଣାରେ ମୃତ୍ୟୁ ଘଟିଲେ ୨ ଲକ୍ଷ ଟଙ୍କା ପାଉଥିଲେ, ଏବେ ଏହା ବୃଦ୍ଧି କରି ୪ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ସାଧାରଣ ମୃତ୍ୟୁ ପାଇଁ ୧ଲକ୍ଷ ଟଙ୍କାରୁ ବୃଦ୍ଧି କରି ୨ଲକ୍ଷ ଟଙ୍କା କରାଯାଇଛି । ସେହିପରି ଝିଅ ବିବାହ ପାଇଁ ୨୫ ହଜାର ଟଙ୍କା ରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ୬୦ ବ‌ର୍ଷ ପରେ ପାଉଥିବା ୩୦୦ଟଙ୍କା ପେନ୍‌ସନ୍‌କୁ ବୃଦ୍ଧି କରାଯାଇ ୫୦୦ ଟଙ୍କା କରାଯାଇଛି । ୮୦ ବର୍ଷ ପରେ ପେନ୍‌ସନ୍‌ ୫୦୦ ଟଙ୍କାରୁ ୭୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ।

ସମ୍ବନ୍ଧିତ ଖବର