ଖଡିଆଳରେ ମିଳୁନି ମାସ୍କ ଓ ହ୍ୟାଣ୍ଡୱାସ

ଖଡିଆଳ : ନୂଆପଡାର ପ୍ରମୁଖ ସହର ହେଉଛି ଖଡିଆଳ। ଏହି ସହରରେ ମାସ୍କ ଓ ହ୍ୟାଣ୍ଡୱାସ କୌଣସି ଔଷଧ ଦୋକାନ ଓ ସରକାରୀ ସ୍ୱସ୍ଥ୍ୟକେନ୍ଦ୍ରରେ ମଧ୍ୟ ମିଳୁନାହିଁ । ଏପଟେ ପ୍ରଶାସନ ତରଫରୁ କରୋନା ସଂକ୍ରମଣର ମୁକାବିଲା ପାଇଁ ଜିଲ୍ଲା ପ୍ରସାଶନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାର ସମସ୍ତ ଔଷଧ ଦୋକାନରେ ମାସ୍କ ଓ ସାନିଟାଇଜର ପ୍ରଚୁର ପରିମାଣରେ ମହଯୁଦ ରଖିବାକୁ ଜିଲ୍ଲା ପ୍ରଶାସନ ତରଫରୁ କୁହାଯାଇଛି । ହେଲେ ନା ମିଳୁନି ମାସ୍କ ନା ମିଳୁଛି ସାନିଟାଇଜର। ଏସବୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ମିଳୁନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୁଷ୍ଟ ଦେଖାଯାଇଛି । ସେହିପରି କେତେକ ଯାଗାରେ ଫୁଟପାଥରେ ମାସ୍କ ଗୁଡାକ ଚଢା ଦରରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ଏଥିପ୍ରତି ଜିଲ୍ଲା ପ୍ରସାଶନ ଦୃଷ୍ଟିଦେବାପାଇଁ ଜନସାଧାରଣରେ ଦାବି ହୋଇଛି ।

ସମ୍ବନ୍ଧିତ ଖବର