ଆସିଲା ମାଟ୍ରିକ ପରୀକ୍ଷାସୂଚୀ : ୨୯ ଏପ୍ରିଲରୁ ୭ ମେ ପର୍ଯ୍ୟନ୍ତ ପରୀକ୍ଷା, ୩ ପ୍ରଣାଳୀରେ ହେବ ମୂଲ୍ୟାୟନ

ଏପ୍ରିଲ ୧୩ରୁ ନବମ ସମ୍ମେଟିଭ-୨ ପରୀକ୍ଷା

କଟକ: ଆସନ୍ତା ଏପ୍ରିଲ ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଦଶମ ଛାତ୍ରଛାତ୍ରୀଙ୍କ ସମ୍ମେଟିଭ ଆସେସମେଣ୍ଟ-୨ ପରୀକ୍ଷା । ଏହାକୁ ନେଇ ମାଧ୍ୟାମିକ ଶିକ୍ଷା ପରିଷଦ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ପରୀକ୍ଷା ସୂଚୀ ସମ୍ପର୍କରେ ଅବଗତ କରାଇଛନ୍ତି ।

ଏଥର ୪ଟି ସେଟର ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇଥିବା ବେଳେ ମୋଟ ୮୦ ମାର୍କର ପରୀକ୍ଷା ହେବ । ଏଥିରେ ୫୦ ମାର୍କ ସବଜେକ୍ଟିଭ ଓ ୩୦ ମାର୍କ ଅବଜେକ୍ଟିଭ ରହିବ । ଚଳିତ ବର୍ଷ ନୂଆ ଢାଞ୍ଚାରେ ହେଉଛି ମାଟ୍ରିକ ପରୀକ୍ଷା । ସମ୍ମେଟିଭ-୧ ଓ ସମ୍ମେଟିଭ-୨ ଏଭଳି ଦୁଇଟି ପରୀକ୍ଷା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳନା କରୁଛି । ସମ୍ମେଟିଭ-୧ ପରୀକ୍ଷା ଶେଷ ହୋଇଥିବା ବେଳେ ୨୯ ତାରିଖରୁ ହେବ ସମ୍ମେଟିଭ-୨ ପରୀକ୍ଷା । ଅର୍ଥାତ୍ ମେ ୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା ଯଥାସମ୍ଭବ ନିଜ ସ୍କୁଲରେ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଏପ୍ରିଲ ୨୯ରୁ ଆରମ୍ଭ ହୋଇ ମେ ୭ ତାରିଖ ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା । ସମ୍ମେଟିଭ ୨ ପରୀକ୍ଷା ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ।  ପ୍ରତ୍ୟେକ ବିଷୟରେ ୮୦ ମାର୍କର ପରୀକ୍ଷା ହେବ। ପରୀକ୍ଷା ପାଇଁ ୨ ଘଣ୍ଟାର ସମୟ ସୀମା ରହିବ। କେବଳ ଗଣିତ ପାଇଁ ୨ ଘଣ୍ଟା ୧୫ ମିନିଟ ସମୟ ଦିଆଯିବ । ୮୦ ମାର୍କ ମଧ୍ୟରୁ ୫୦ ମାର୍କ ମଲ୍ଟିପଲ ଚଏସ ଓ ୩୦ମାର୍କ ସବଜେକ୍ଟିଭ ପ୍ରଶ୍ନ ରହିବ। ପରୀକ୍ଷା ପାଇଁ ତ୍ରିସ୍ତରୀୟ ସ୍କ୍ବାର୍ଡ ବ୍ୟବସ୍ଥା କରାଯାଇଛି। କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହେବ  ମାଟ୍ରିକ ପରୀକ୍ଷା । ଟିଏଲଭି ଓ ଭିଜୁଆଲ ଆର୍ଟସ ଛଡା ସମସ୍ତ ପରୀକ୍ଷା ୮୦ ମାର୍କର ହେବ ।

କୋରୋନା ସ୍ଥିତିକୁ ଦୃଷ୍ଟିରେ ନେଇ ଓ ଛାତ୍ରଛାତ୍ରୀଙ୍କ ହିତକୁ ଦୃଷ୍ଟିରେ ରଖି ତିନି ପ୍ରକାର ପ୍ରଣାଳୀରେ ଛାତ୍ରଛାତ୍ରୀଙ୍କର ମୂଲ୍ୟାୟନ ହେବ । ତିନୋଟି ପ୍ରଣାଳୀରୁ ଯେଉଁଥିରେ ଛାତ୍ରଛାତ୍ରୀ ସର୍ବାଧିକ ମାର୍କ ରଖିବେ, ତାହାକୁ ଫାଇନାଲ ମାର୍କ ବୋଲି ଧରାଯିବ । ପ୍ରଥମ ଦୁଇଟି ପଦ୍ଧତି ହେଉଛି ବିକଳ୍ପ ମୂଲ୍ୟାୟନ ପଦ୍ଧତି । ତୃତୀୟଟି ହେଉଛି ପରିଷଦ ଦ୍ବାରା ନୂତନ ମୂଲ୍ୟାୟନ ପଦ୍ଧତି ନିର୍ଦ୍ଧାରଣ କରାଯାଇଛି ।

୧- ପ୍ରଥମ ପଦ୍ଧତି: ଗତବର୍ଷ ହୋଇଥିବା ସମେଟିଭ ଆସେସମେଣ୍ଟ-୧ ପରୀକ୍ଷା ବା ଇଣ୍ଟରନାଲ ଆସେସମେଣ୍ଟର ୱେଟକୁ ଦୁଇ ଗୁଣ କରାଯାଇ ପରୀକ୍ଷା ଫଳ ନିର୍ଦ୍ଧାରଣ କରାଯିବ ।

୨- ଦ୍ବିତୀୟ ପଦ୍ଧତି: ଏପ୍ରିଲରେ ହେବାକୁ ଥିବା ସମେଟିଭ ଆସେସମେଣ୍ଟ -୨ ଫଳାଫଳକୁ ଦୁଇ ଗୁଣ କରାଯିବ ।

୩- ତୃତୀୟ ପଦ୍ଧତି: ଇଣ୍ଟରନାଲ ଆସେସମେଣ୍ଟକୁ ୨୦ ପ୍ରତିଶତ, ସମେଟିଭ ଆସେସମେଣ୍ଟ ୧ର ୩୦ପ୍ରତିଶତ ଓ ସମେଟିଭ ଆସେସମେଣ୍ଟ ୨କୁ ୫୦ ପ୍ରତିଶତ ୱେଟେଜ ଦିଆଯାଇ ଫଳାଫଳ ନିର୍ଦ୍ଧାରଣ କରାଯିବ ।

ଏପ୍ରିଲ ୧୩ରୁ ନବମ ସମ୍ମେଟିଭ-୨ ପରୀକ୍ଷା 

ଅନ୍ୟପକ୍ଷରେ ନବମ ପରୀକ୍ଷା ନେଇ ମଧ୍ୟ ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଏପ୍ରିଲ ୧୩ରୁ ଆରମ୍ଭ ହେବ ନବମ ସମ୍ମେଟିଭ-୨ ପରୀକ୍ଷା । ଏହା ଏପ୍ରିଲ ୨୧ରେ ଶେଷ ହେବ । ସକାଳ ୮ଟାରୁ ଫାଷ୍ଟ ସିଟିଂରେ ନିଜ ସ୍କୁଲରେ ହେବ ପରୀକ୍ଷା । ଏହି ପରୀକ୍ଷାର ମୂଲ୍ୟାଙ୍କନ ଅନ୍ୟ ସ୍କୁଲରେ ହେବ ।

ସମ୍ବନ୍ଧିତ ଖବର