କଟକ: ଆଜି ଶେଷ ହୋଇଛି ମାଟ୍ରିକ ପରୀକ୍ଷା। ଆସନ୍ତା ୧୮ ତାରିଖରୁ ମାଟ୍ରିକ ପରୀକ୍ଷା ଖାତା ଦେଖା ଆରମ୍ଭ ହେବ । ଏହି ମୂଲ୍ୟାୟନ ପ୍ରକ୍ରିୟା ୨୦ ଧରି ଚାଲିବ ଏବଂ ୧୫ ହଜାରରୁ ଅଧିକ ଶିକ୍ଷକ / ଶିକ୍ଷୟିତ୍ରୀ ଏଥିରେ ସାମିଲ ହେବେ । ୬୨ଟି ମୂଲ୍ୟାୟନ କେନ୍ଦ୍ରରେ ଖାତାଦେଖା ହେବ ବୋଲି ସୂଚନା ଦେଇଛନ୍ତି ଓଡ଼ିଶା ମାଧ୍ୟାମିକ ଶିକ୍ଷା ପରିଷଦ ସଭାପତି ।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଏଥର ୫ଲକ୍ଷ ୬୦ ହଜାର ୯୦୫ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ୨ହଜାର ୮୮୮ ପରୀକ୍ଷା କେନ୍ଦ୍ରରେ ହୋଇଛି ମାଟ୍ରିକ ପରୀକ୍ଷା । ପରୀକ୍ଷାକୁ ସ୍ୱଚ୍ଛ ଓ ଶୃଙ୍ଖଳିତ କରିବା ପାଇଁ ବୋର୍ଡ ପକ୍ଷରୁ ଚାରିସ୍ତରୀୟ ସ୍କାର୍ଡ ବ୍ୟବସ୍ଥା କରାଯିବା ସହ ହଜାରେ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ଲଗାଯାଇଥିଲା । ସେହିଭଳି ଚଳିତ ବର୍ଷ ପରୀକ୍ଷାର୍ଥୀମାନଙ୍କୁ ପ୍ରଶ୍ନପତ୍ର ବୁକଲେଟକୁ ଘରକୁ ଆଣିବାକୁ ବାରଣ କରାଯାଇଥିଲା ।
ଚଳିତବର୍ଷ ନୂତନ ଢାଞ୍ଚାରେ ମାଟ୍ରିକ୍ ପରୀକ୍ଷା କରାଯାଉ ଥିବାରୁ ପରୀକ୍ଷାକୁ ସ୍ବଚ୍ଛ ଓ ଶୃଙ୍ଖଳିତ କରାଯିବାକୁ ବୋର୍ଡ ପକ୍ଷରୁ ଯଥା ସମ୍ଭବ ସତର୍କତା ଅବଲମ୍ବନ ପାଇଁ ନକ୍ସା ତିଆରି ହୋଇଥିଲା। ପ୍ରଥମ ଥର ଲାଗି ଏଥର ମାଟ୍ରିକ ପରୀକ୍ଷାକୁ କପି ମୁକ୍ତ କରିବାକୁ ପ୍ରଶ୍ନପତ୍ରରେ ଏକ ଡିଜିଟାଲ କୋଡ ଖଞ୍ଜାଯାଇଥିଲା । ପ୍ରଶ୍ନ ପତ୍ରର ଜେରକ୍ସ କଲେ କିମ୍ବା ଫଟୋ ଉଠାଇ ଭାଇରାଲ କରିବାକୁ ଉଦ୍ୟମ କଲେ ତାହା ସଙ୍ଗେ ସଙ୍ଗେ ଆଡମିନଙ୍କୁ ଜଣାପଡିଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଥିଲା ।