ପଙ୍ଗପାଳ ଆକ୍ରମଣ ନେଇ କୃଷିମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଓଡିଶାରେ ସମ୍ଭାବ୍ୟ ପଙ୍ଗପାଳ ଆକ୍ରମଣ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ କୃଷି ଭବନରେ ବୈଠକ ବସିଛି । ବୈଠକରେ କୃଷି ବିଭାଗର ପ୍ରମୁଖ ସଚିବ, ସ୍ୱତନ୍ତ୍ର ସଚିବ, ନିର୍ଦ୍ଦେଶକଙ୍କୁ ନେଇ ଆଲୋଚନା ହୋଇଛି । ରାଜ୍ୟରେ ପଙ୍ଗପାଳ ଆକ୍ରମଣରୁ ଫସଲକୁ ରକ୍ଷା କରିବା ପାଇଁ ରଣନୀତି ପ୍ରସ୍ତୁତ ହେଉଛି । ସମ୍ଭାବ୍ୟ ପଙ୍ଗପାଳ ଆକ୍ରମଣକୁ ନେଇ ଓୟୁଏଟି ପକ୍ଷରୁ ଗତକାଲି ମାର୍ଗଦର୍ଶିକା ମଧ୍ୟ ଜାରି କରାଯାଇଛି । ପାକିସ୍ତାନ ପଟୁ କୋଟି କୋଟି ସଂଖ୍ୟାରେ ପଙ୍ଗପାଳ ଭାରତ ଆଡକୁ ମାଡିଆସୁଛି ।

photo-news18.com

ଫସଲ ଖାଇଯାଉଥିବା ଏହି କୀଟ ରାଜସ୍ଥାନରେ ବ୍ୟାପକ ଫସଲ ନଷ୍ଟ କରିବା ପରେ ଏବେ ମଧ୍ୟପ୍ରଦେଶରେ ପଂହଚିସାରିଲାଣି । ଓଡିଶା ଆସିବା ସମ୍ଭାବନାକୁ ଏଡାଇଦିଆଯାଇନପାରେ । ତେଣୁ ଏ ନେଇ ଚାଷୀଙ୍କୁ ସତର୍କ କରାଇଛି ଓୟୁଏଟିର ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ । ଏଥିରେ ପଙ୍ଗପାଳଙ୍କ ଆକ୍ରମଣରୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ନେବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି ।

ସେପଟେ ଓୟୁଏଟି ଏକ୍ସଟେନ୍ସନ ଡିନ୍ ଲଳିତ ମୋହନ ଗଡ଼ନାୟକ କହିଛନ୍ତି, ଓଡିଶା ଚାଷୀ ପଙ୍ଗପାଳ ପାଇଁ ବ୍ୟସ୍ତ ହେବା ଆବଶ୍ୟକ ନାହିଁ । ଓଡିଶାରେ ନିକଟ ଅତୀତରେ କେବେ ପଙ୍ଗପାଳ ଆକ୍ରମଣ ହୋଇନାହିଁ । ପୂର୍ବ ଆଫ୍ରିକାରେ ଅଦିନିଆ ବର୍ଷା ଫଳରେ ଏହି ପଙ୍ଗପାଳଙ୍କ ଉତ୍ପତି ହୋଇଛି । ଏହା କ୍ରମେ ଭାରତର କିଛି ରାଜ୍ୟକୁ ଆସିଯାଇଛନ୍ତି । ଲିମ୍ବ ତେଲ ଫସଲରେ ପ୍ରୟୋଗ କରିବାକୁ ପରାମର୍ଶ ଦିଆଯାଇଛି । ଯଦି ପଡୋଶୀ ରାଜ୍ୟ ଛତିଶଗଡକୁ ଆସନ୍ତି ତେବେ ସୀମାନ୍ତବର୍ତୀ ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର