ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କଲେ ପ୍ରବାସୀ ଓଡ଼ିଆ ମହିଳା ଶ୍ରମିକ

ଖଡ଼ିଆଳ: ଗଛରେ ଫାଶୀ ଲଗାଇ ଜଣେ ପ୍ରବାସୀ ମହିଳା ଶ୍ରମିକ ଆତ୍ମହତ୍ୟା କରିଛନ୍ତି। ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଳକ ଅନ୍ତର୍ଗତ ମାଣ୍ଡୋସିଲ ପଂଚାୟତ ମାଲପଡା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ମହିଳା ଜଣକ ହେଲେ ସୁବର୍ଣ୍ଣି ମାଝୀ (୩୦)। ସେ ଦାବ୍ରି ଗ୍ରାମର କାହ୍ନ ମାଝୀଙ୍କର ସ୍ତ୍ରୀ।

ସୂଚନା ଅନୁସାରେ ମାଣ୍ଡୋସିଲ ପଂଚାୟତ ଅନ୍ତର୍ଗତ ମାଲପଡ଼ା ଗାଁରେ କରୋନା ଭାଇରସ୍‌ ପାଇଁ ବ୍ୟବସ୍ଥା କରାଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟସ୍ଥ ଏକ ନିମ୍ବ ଗଛରେ ପ୍ରବାସୀ ମହିଳା ଶ୍ରମିକ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ମହିଳା ଏବଂ ତାଙ୍କ ପରିବାରର ଅନ୍ୟମାନେ ଗତ ୪ ତାରିଖରେ ତେଲେଙ୍ଗାନାରୁ ଆସି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପହଁଚି ଥିଲେ। ମହିଳା ଜଣକ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ଥିବା ଏକ ନିମ୍ବ ଗଛରେ ନିଜ ଶାଢୀକୁ ବେକରେ ଲଗାଇ ଆତ୍ମହତ୍ୟା କରିଛନ୍ତି। ବର୍ତ୍ତମାନ ମାଲପଡ଼ା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାୟ ୨୦ ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ ରହୁଥିବା ଜଣାଯାଇଛି।

ତେବେ ଆତ୍ମହତ୍ୟା ସଂପର୍କିତ ସୂଚନା ମିଳିବା ପରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି। ଆତ୍ମହତ୍ୟା ନେଇ ସ୍ଥାନୀୟ ସରପଂଚ ସରପଞ୍ଚ ରାଧେ ରଣା ଜିଲ୍ଲା ପ୍ରଶାସନକୁ ଜଣାଇଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର