ମିଳିଲା ନିଖୋଜ ଯବାନଙ୍କ କଙ୍କାଳ

ରାୟଗଡ଼ା : ପ୍ରାୟ ଦୁଇ ମାସ ତଳେ ନିଖୋଜ ସିଆରପିଏଫ୍ ଯବାନ ଧର୍ମ ଦେବ (୫୧)ଙ୍କ କଙ୍କାଳ ଆଜି ଉଦ୍ଧାର ହୋଇଛି। ରାୟଗଡ଼ା ସହର ସହିଦ ଲକ୍ଷ୍ମଣ ନାୟକ ମାର୍ଗ ନୂଆ ସାହି ପଛ ପାର୍ଶ୍ବ ପାହାଡ଼ ତଳୁ କଙ୍କାଳକୁ ଜବତ କରିଛି ଟାଉନ୍ ଥାନା ପୁଲିସ। ଉଦ୍ଧାର ସମୟରେ ଶରୀରରୁ ମୁଣ୍ଡ ଖପୁରି ଅଲଗା ହୋଇ ଯାଇଥିବାରୁ ଯବାନଙ୍କୁ ହତ୍ୟା ପରେ ଦୁର୍ବୃତ୍ତ ପାହାଡ଼ ତଳେ ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି। ରାୟଗଡ଼ା ଜିଲ୍ଲା ମୁଖ୍ୟାଳୟରେ ଥିବା ସିଆରପିଏଫ୍‌ର ୪ର୍ଥ ବାଟାଲିୟନରେ କାର୍ଯ୍ୟରତ ଥିଲେ ଯବାନ ଧର୍ମ ଦେବ। ଶେଷଖାଲ ଥାନାରେ ଡ୍ୟୁଟି କରୁଥିବା ବେଳେ ୨୦୧୯ ଡିସେମ୍ବର ୨୯ ତାରିଖରେ ହେଡ୍ କ୍ବାର୍ଟର ଅଫିସରେ ରିପୋର୍ଟିଂ କରିବାକୁ ନିର୍ଦେଶ ମିଳିଥିଲା। ନିର୍ଦେଶ ମୁତାବକ ୨୯ ତାରିଖରେ ବସ୍ ଯୋଗେ ରାୟଗଡ଼ା ଅଭିମୁଖେ ଆସି ନିଖୋଜ ହୋଇଯାଇଥିଲେ। ଫଳରେ ସିଆରପିଏଫ୍ କର୍ତ୍ତୃପକ୍ଷ ରାୟଗଡ଼ା ଥାନାରେ ନିଖୋଜ ମାମଲା ରୁଜୁ କରିଥିଲେ। ଧର୍ମଦେବଙ୍କ ଘର ଉତ୍ତରପ୍ରଦେଶ ଦେଓରିଆ ଜିଲ୍ଲା ସଚ୍ଚିଭିଲି ଗ୍ରାମରେ।

ସମ୍ବନ୍ଧିତ ଖବର