ଅବହେଳା…ମା’, ଶିଶୁ ମୃତ

ରାୟଗଡା : କାଶୀପୁର ବ୍ଲକ୍ ମାଣ୍ଡିବିଶି ଗ୍ରାମର ପ୍ରସୂତି ଅନୁ ନାୟକ ଓ ତାଙ୍କ ନବଜାତ ଶିଶୁର ଆଜି ମୃତ୍ୟୁ ହୋଇଛି। କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କର ମୃତ୍ୟୁ ହୋଇଛି। ରୋଗ ନିରୂପଣ ନହୋଇପାରିବାରୁ ଉଭୟଙ୍କ ମୃତ୍ୟୁ ହୋଇଥିବା ପରିବାର ଅଭିଯୋଗ କରିଛନ୍ତି। ଗତକାଲି ସକାଳ ୮ଟାରେ ଅନୁ ପ୍ରସବ ଯନ୍ତ୍ରଣା ଅନୁଭବ କରିବା ପରେ ଚିକିତ୍ସା ପାଇଁ ମାଣ୍ଡିବିଣି ସ୍ବାସ୍ଥ୍ୟକେନ୍ଦ୍ରରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ହେବା ପରେ ରାତି ୧୧ଟାରେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଅନୁଙ୍କୁ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜକୁ ସ୍ଥାନାନ୍ତର କରିଥିଲେ। ଆଜି ପୂର୍ବାହ୍ନ ୧୧ଟାରେ ଅନୁ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ତେବେ ଜନ୍ମ ଦେବାର କିଛି ସମୟ ପରେ ଉଭୟ ମା’ ଓ ନବଜାତ ଶିଶୁର ମୃତ୍ୟୁ ହୋଇଯାଇଛି।

ସମ୍ବନ୍ଧିତ ଖବର