କେୟାର ହସ୍ପିଟାଲରେ ମିଳିବ ଓଏସ୍‌ଟିଏଫ୍‌ ସୁବିଧା

ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ସ୍ବାକ୍ଷରିତ

ଭୁବନେଶ୍ବର : କେୟାର ହସ୍ପିଟାଲରେ ରୋଗୀମାନେ ଏଣିକି ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି ବା ଓଏସ୍‌ଟିଏଫ୍ ସୁବିଧା ପାଇପାରିବେ। ଆଜି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଓ କେୟାର ହସ୍ପିଟାଲ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଯୁଗ୍ମ ଡାକ୍ତରୀ ଶିକ୍ଷା ଓ ତାଲିମ ନିର୍ଦେଶକ ଡା.ଉମାକାନ୍ତ ଶତପଥୀ ଓ କେୟାର ହସ୍ପିଟାଲର ମୁଖ୍ୟ ପରିଚାଳନା ଅଧିକାରୀ ମରୟର ବି‌ନୋଦ ଧାବେ ଏଥିରେ ସ୍ବାକ୍ଷର କରିଥିଲେ। ୧୮ତମ ଘ‌େରାଇ ହସ୍ପିଟାଲ ସହିତ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। କେୟାର ହସ୍ପିଟାଲର କାର୍ଡିଓଲୋଜି, ନ୍ୟୁରୋଲୋଜି, ଅର୍ଥୋପେଡିକ୍ସ, ଜେନେରାଲ ସର୍ଜରି ଓ କ୍ରିଟିକାଲ କେୟାର ଭଳି ସୁପର ସ୍ପେସାଲିଷ୍ଟ ଚିକିତ୍ସା ସୁବିଧା ରୋଗୀମାନେ ପାଇପାରିବେ।ସ୍ବାସ୍ଥ୍ୟ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ଡା.ବି.କେ ବ୍ରହ୍ମା, ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦେଶିକା ଅର୍ଚନା ପଟ୍ଟନାୟକ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର