ଦୁଇ ଶିଶୁଙ୍କ ସମେତ ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା : ସାନଭାଇ ନେଲା ବଡ଼ଭାଇ ପରିବାରର ଜୀବନ

ବଣାଇଁ: ସୁନ୍ଦରଗଡ଼ ଜିଲ୍ଲାର ବଣାଇଁ ଥାନା ଅଞ୍ଚଳରେ ଗୋଟିଏ ପରିବାରର ୪ ଜଣଙ୍କୁ ନିର୍ମମ ହତ୍ୟା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ, ବଣାଇ ଥାନା ଅନ୍ତର୍ଗତ ଦେଉଳହୁଡ଼ି ଗାଁରେ ପାରିବାରିକ କଳହରୁ ଗୋଟିଏ ପରିବାରର ୪ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଥିବା ଜଣାଯାଇଛି।

କୌଣସି କଥାକୁ ନେଇ ସାନଭାଇ ସହ ବଡ଼ଭାଇର କନ୍ଦଳ ଥିଲା। ଆଜି ସକାଳେ ସାନଭାଇ ବଡ଼ଭାଇ ସମେତ ୪ ଜଣଙ୍କୁ ଟାଙ୍ଗିଆରେ ହତ୍ୟା କରିଥିବା ଜଣାଯାଇଛି। ସାନଭାଇ, ବଡ଼ଭାଇ, ଭାଉଜ ଓ ସେମାନଙ୍କର ୨ ଶିଶୁଙ୍କୁ ହତ୍ୟା କରିଥିବା ଜଣାଯାଇଛି।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା। ଏହା ସହ ସେଗୁଡ଼ିକୁ ଶବ ବ୍ୟବଚ୍ଛେଦ ଲାଗି ପଠାଇଥିବା ଜଣାଯାଇଛି। ଏହାଛଡ଼ା ଅଭିଯୁକ୍ତ ସାନଭାଇକୁ ପୁଲିସ ଅଟକ ରଖି ଘଟଣାର ତଦନ୍ତ କରୁଛି। ଏହି ଘଟଣା ଏବେ ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ତେବେ କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି ,ତାହା ଖୁବ୍ ଶୀଘ୍ର ଜଣାପଡ଼ିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର