ଉଦଳା : ବଳଦ ପାଇଁ ସଢ଼ୁକୁ ପିଟି ହତ୍ୟା

କପ୍ତିପଦା/ଶାଳଚୁଆ/ଉଦଳା : ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ। ସଢ଼ୁ ଆକ୍ରମଣରେ ପ୍ରାଣ ହରାଇଛନ୍ତି ଅନ୍ୟଜଣେ ସଡ଼ୁ। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଦେବଳା ପଞ୍ଚାୟତ ଅସୁରଖାଲ ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା।

ଘଟଣା ଅନୁସା‌ରେ, କଟୁରିଆ ହୁଡ଼ିସାହି ଗ୍ରାମର ରବୀନ୍ଦ୍ର ନାଏକ (୫୯) ଚାଷ କାମ ପାଇଁ ତାଙ୍କ ସଢ଼ୁ କାର୍ତିକ ନାଏକ (୫୫)ଙ୍କ ପାଖରୁ କିଛି ଦିନ ପାଇଁ ଏକ ବଳଦ ଆଣିଥିଲେ। ଚାଷ କାମ ସରିବା ପରେ ସଡ଼ୁ କାର୍ତିକଙ୍କୁ ସେ ବଳଦ ମଧ୍ୟ ଫେରାଇଥିଲେ। ତେବେ ବଳଦଟି ପୂର୍ବାପେକ୍ଷା ଦୁର୍ବଳ ହୋଇଯାଇଥିବାରୁ କାର୍ତିକ ଏହାର କାରଣ ପଚାରିଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହେବା ସହ ଯୁକ୍ତିତର୍କ ହୋଇଥିଲା।

ଗତକାଲି ଦୁହେଁ ଅସୁରଖାଲ ହାଟକୁ ଆସିଥିବା ବେଳେ ସେଠାରେ ପୁଣି ବଳଦ କଥାକୁ ନେଇ ପାଟିତୁଣ୍ଡ ଲାଗିଥିଲେ। ଏଥିରେ କାର୍ତିକ ରାଗିଯାଇ ନିକଟରେ ପଡ଼ିଥିବା ଏକ ଠେଙ୍ଗାରେ ସଢ଼ୁଙ୍କୁ ନିର୍ଘାତ ପିଟିଥିଲେ। ପରିବାର ଲୋକ ରବୀନ୍ଦ୍ରଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ଉଦଳା ଡାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏ ନେଇ କପ୍ତିପଦା ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଅଭିଯୁକ୍ତ କାର୍ତିକଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର