ନ’ତାଲା କର୍ମଚାରୀଙ୍କ କ୍ୟାଡର ପୁନର୍ଗଠନ ହେବ

ସାଧାରଣ ପ୍ରଶାସନ ବିଭାଗ ଅତିରିକ୍ତ ସଚିବଙ୍କ ଅଧ୍ୟକ୍ଷତାରେ ଗଠନ ହେଲା କମିଟି

ଭୁବନେଶ୍ବର : ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ (ନ’ତାଲା)ରେ କାର୍ଯ୍ୟ କରୁଥିବା କନିଷ୍ଠ ସହାୟକ ସ୍ତରର କର୍ମଚାରୀଙ୍କୁ ସେକ୍ସନ ଅଫିସର ପଦବିକୁ ପଦୋନ୍ନତି ଦେବା ପାଇଁ ରାଜ୍ୟ ସରକାର କମିଟି ଗଠନ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ ହେବାକୁ ଥିବାବେଳେ ଏଥିରେ ଅର୍ଥ ବିଭାଗର, ସାଧାରଣ ପ୍ରଶାସନ ବିଭାଗର ଜଣେ ଲେଖାଏଁ ଯୁଗ୍ମ ସଚିବ ପାହ୍ୟାର ଅଧିକାରୀ, କୃଷି ନି‌େର୍ଦ୍ଦଶାଳୟର ଉପନିର୍ଦ୍ଦେଶକ ପାହ୍ୟାର ଅଧିକାରୀ (ଏଷ୍ଟାବ୍ଲିସମେଣ୍ଟ ବିଭାଗ ଦାୟିତ୍ବରେ ଥିବେ) ସଦସ୍ୟ ରହିବେ। ସାଧାରଣ ପ୍ରଶାସନ ବିଭାଗର ଉପସଚିବ ସଂଯୋଜକ ସଦସ୍ୟ ରହିବେ। ଏହି ୫ଜଣିଆ କମିଟି ତିନି ମାସ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି।

କମିଟି ପଦୋନ୍ନତି ସମ୍ପର୍କରେ ବିଚାର କରିବା ସମୟରେ ମୋଟ୍ କ୍ୟାଡର ଯେପରି ପରିବର୍ତ୍ତନ ନହୁଏ, କନିଷ୍ଠ ସହାୟକମାନେ ବର୍ତ୍ତମାନ ପାଉଥିବା ଦରମାରେ କାମ କରିବେ, ବରିଷ୍ଠ ସହାୟକ ପଦବି ପୁନଃ ନାମକରଣ ହୋଇ ସହକାରୀ ସେକ୍ସନ ଅଫିସର ପଦବି ହେବ, ଏବେ ୬୯୭ଟି ବରିଷ୍ଠ ସହାୟକ ସ୍ତରର ପଦବି ଖାଲି ଥିବାବେଳେ ଏଥିପାଇଁ ୧୮୬ଟି ନିୟମିତ କନିଷ୍ଠ ସହାୟକ ପଦବିକୁ ପଦୋନ୍ନତି ପାଇଁ ବିଚାରକୁ ନିଆଯିବ ଏହିଭଳି ୧୪ଟି କ୍ୟାଟେଗୋରିକୁ ନେଇ କମିଟି ବିଚାର କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର