ସୋସିଆଲ୍ ମିଡିଆରେ ଭାଇରାଲ ହେଲା ବଲିଉଡ୍ ଭାଇଜାନଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନଙ୍କ ଏହି ଫଟୋ

କଟକ: ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବଲିଉଡ୍ ଅଭିନେତା ସଲମାନ୍ ଖାନଙ୍କ ଫଟୋ। ଫେସବୁକରେ ବ୍ୟବହାରକାରୀ ଖୁବ୍ ପସନ୍ଦ କରିଛନ୍ତି ସଲ୍ଲୁମିଆଁଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ମନଛୁଆଁ ଫଟୋ।
ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ବିଶ୍ୱକପ୍ ଉଦଘାଟନ କରିବା ସମୟରେ କହିଥିଲେ କି ଓଡ଼ିଶାରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରି ସେ ଖୁବ୍ ଖୁସୀ। ଆଜି ବି ବିଶ୍ୱକପ୍ ଉଦଘାଟନୀ ଅବସରରେ କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରରେ ମୁଖ୍ୟମନ୍ତ୍ରୀ ଖୁସୀ ଥିବା ଦେଖିବାକୁ ମିଳିଛି। ଆଜିର ଅତିଥି ବଲିଉଡ୍ ନାୟକ ସଲମାନ୍ ଖାନଙ୍କ ସହ ତାଙ୍କର ଫଟୋକୁ ଦେଖି ଏହା ସହଜରେ ଅନୁଭବ କରି ହେଉଛି।

ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ଏହି କାର୍ଯ୍ୟକ୍ରମରେ ସଲମାନ୍ ଖାନଙ୍କ ସହ ନବୀନଙ୍କ ଫଟୋ ସେସନ୍। ଫେସବୁକରେ ବହୁ ବ୍ୟବହାରକାରୀ ଭିନ୍ନ ଭିନ୍ନ ଶିରୋନାମାରେ ଏହି ଫଟୋକୁ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି। ଭାଇରାଲ୍ ଫଟୋରେ ନବୀନ ଏକ ଚେୟାରରେ ବସିଛନ୍ତି, ପଛରୁ ସଲମାନ୍ ତାଙ୍କର ଦୁଇବାହାକୁ ଧରି ବେକ ପାଖରେ ମୁହଁ ରଖି ଫଟୋ ଉଠାଇଛନ୍ତି। ନବୀନ ମଧ୍ୟ ସଲମାନ୍ଙ୍କୁ ପାଖରେ ପାଇ ଖୁବ୍ ଆନନ୍ଦିତ ଥିବା ଭଳି ଦିଶୁଛନ୍ତି।

ସମ୍ବନ୍ଧିତ ଖବର