ନବୀନ ନିବାସରେ ପାଟକୁରା ଭୋଟ ତର୍ଜମା : ବରିଷ୍ଠ ନେତାଙ୍କୁ ଡାକି ଅ‌ାଲୋଚନା କଲେ ନବୀନ

ଭୁବନେଶ୍ବର : କିଏ ଦାବି କରୁଥିଲେ ୩୦ ହଜାର େଭାଟ ବ୍ୟବଧାନରେ ଜିତିବୁ। ଆଉ କିଏ କହୁଥିଲା ୩୫ ହଜାର ଟପିଯିବ।
ପାଟକୁରା ନିର୍ବାଚନ ପୂର୍ବରୁ ବିେଜଡି ହାଇକମାଣ୍ଡ ନବୀନ ପଟ୍ଟନାୟକଙ୍କୁ ଖୁସି କରିବା ଲାଗି ଏମିତି କେତେ କିଏ କଣ କହିଥିଲେ। େହଲେ ଗତକାଲି ଫଳ ପ୍ରକାଶ ପରେ ଆଜି ମୁଖ୍ୟମନ୍ତ୍ରୀ ତଥା ବିେଜଡି ସଭାପତି ନବୀନ ପଟ୍ଟନାୟକ ଦାୟିତ୍ବରେ ଥିବା େନତାଙ୍କୁ ଡାକି ତର୍ଜମା କରିଛନ୍ତି। ଆଜି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରଫୁଲ୍ଲ ମଲ୍ଲିକ ଓ ଅରୁଣ ସାହୁ ଏବଂ ବିଧାୟକ ପ୍ରଣବ ପ୍ରକାଶ ଦାସ, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ କେଶରୀ ଦେବ , ପୂର୍ବତନ ବିଧାୟକ ସଂଜୟଦାସ ବର୍ମା ପ୍ରମୁଖଙ୍କୁ ନବୀନ ନିବାସ ଡକରା ଯାଇଥିଲା। କେଉଁ ପଞ୍ଚାୟତରେ େକଉଁ େନତାମାନେ ଦାୟିତ୍ବରେ ଥିଲେ, େସ ନେଇ ବିଶଦ ତଥ୍ୟ ମଗାଯାଇଥିଲା। କେଉଁ ପଞ୍ଚାୟତରେ ଦଳକୁ ଅଧିକ େଭାଟ ମିଳିଲା, କେଉଁଠାରେ କମ୍ ମିଳିଲା, ସେ କଥା ବି ନବୀନ ଜାଣିବାକୁ ଚାହିଁଥିଲେ।

ବିେଜଡିର ଜଣେ ବରିଷ୍ଠ େନତା କହିଛନ୍ତି, ନବୀନ ଆଜି ଏସବୁ ବୁଝିଛନ୍ତି।ଦଳୀୟ ସ୍ତରରେ ଏହାର ସମୀକ୍ଷା ହେବ। ଯେଉଁଠାରେ କମିଲା, କାହିଁକି ଓ େକଉଁ ପରିସ୍ଥିତିରେ କମିଲା, େସ ନେଇ ଅନୁଧ୍ୟାନ କରାଯିବ।

ଉଲ୍ଲେଖଥାଉକି, ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଵାଲ ୯୫ ହଜାର ୧୬୨ େଭାଟ ପାଇଥିବା ବେଲେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ୭୭ ହଜାର ୫୦୭ େଭାଟ ପାଇଥିଲେ। ଆଜି ନବୀନ ଦଳୀୟ େନତାଙ୍କ ସହିତ ଆେଲାଚନା କାଳରେ ପାଟକୁରାରେ େଲାକେ ନିର୍ବାଚନ ବେଳେ କେଉଁ ସବୁ ପ୍ରସଙ୍ଗରେ ବିକାଶ କଥା କହିଥିଲେ, େସକଥା ବି ପଚାରି ବୁଝିଥିଲେ। ସେ ନିଜେ ପାଟକୁରା ଦାୟିତ୍ବ େନବେ େବାଲି କହିଥିଲେ।

ସମ୍ବନ୍ଧିତ ଖବର