ପରିବାରରୁ ନୁହେଁ, ଦଳରୁ ବଛା ହେବ ପରବର୍ତ୍ତୀ ଉତ୍ତରାଧିକାରୀ: ନବୀନ ପଟ୍ଟନାୟକ

ଭୁବନେଶ୍ୱର: ରାଜନୀତିକୁ ଆସିବେ ନାହିଁ ନବୀନଙ୍କ ପରିବାର ସଦସ୍ୟ। ଜାତୀୟ ଗଣମାଧ୍ୟମ ଟାଇମ୍‌ସ ଅଫ ଇଣ୍ଡିଆକୁ ସାକ୍ଷାତକାର ଦେଇ ସ୍ପଷ୍ଟ କଲେ ବିଜେଡି ସୁପ୍ରିମୋ। ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ନବୀନଙ୍କ ଲୋକପ୍ରିୟତା ଏବେ ଶିଖର ଛୁଇଁଛି। ମୋଦି ହାୱାକୁ କାଉଂଟର କରି ବିଧାନସଭାରେ ନବୀନ ପାଇଥିବା ସଫଳତାର ଫର୍ମୁଲା ଜାଣିବାକୁ ସମସ୍ତେ ଆଗ୍ରହୀ। ଏହି କ୍ରମରେ ଜାତୀୟ ଗଣମାଧ୍ୟମଗୁଡିକ ନବୀନଙ୍କ ପ୍ରତିକ୍ରିୟା ନେଉଛନ୍ତି। ତେବେ ଟାଇମ୍‌ସ ଅଫ ଇଣ୍ଡିଆର ଅଶୋକ ପ୍ରଧାନ ଓ ରାଜୀବ ଦେଶପାଣ୍ଡେଙ୍କୁ ଦେଇଥିବା ସାକ୍ଷାତକାରରେ ପରିବାର ରାଜନୀତି ଚର୍ଚ୍ଚା ଉପରେ ଏକ ପ୍ରକାର ପୂର୍ଣ୍ଣଛେଦ ଟାଣିଦେଇଛନ୍ତି ବିଜେଡି ସୁପ୍ରିମୋ।

ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ପ୍ରଶ୍ନ କରିଥିଲେ ଯେ, ସେ ଏଥର ଦୁଇଟି ଆସନ ହିଞ୍ଜିଳି ଓ ବିଜେପୁରରୁ ଲଢି ଜିତିଛନ୍ତି। ନିୟମ ଅନୁସାରେ ତାଙ୍କୁ ଗୋଟିଏ ଛାଡିବାକୁ ପଡିବ। ତେଣୁ ସେ ଏହି ଆସନ ଛାଡିଲେ, ତାଙ୍କ ପରିବାରରୁ କେହି ଏହି ଆସନରେ ଲଢିବେ କି ବୋଲି ପ୍ରଶ୍ନରେ ନବୀନ ସଫାସଫା କହିଦେଇଛନ୍ତି। ତାଙ୍କ ପରିବାରରୁ ଆଉ କେହି ରାଜନୀତିକୁ ଆସିବେ ନାହିଁ। ଏପରିକି ସେ କେଉଁ ଆସନଟି ଛାଡିବେ, ତାହା ମଧ୍ୟ ସ୍ଥିର କରିନଥିବା ନବୀନ ଟାଇମ୍‌ସ ଅଫ ଇଣ୍ଡିଆକୁ କହିଛନ୍ତି।

NDTV.com

ତେବେ ତାଙ୍କ ପରେ ବିଜେଡିର ନେତୃତ୍ୱ କିଏ ନେବ ପ୍ରଶ୍ନର ଉତ୍ତରରେ ନବୀନ କହିଛନ୍ତି ଯେ, ଲୋକେ ଦଳର ପରବର୍ତ୍ତୀ ନେତା ବାଛିବେ। ଫଳରେ ନବୀନ ତାଙ୍କ ବଡ଼ଭାଇଙ୍କ ପୁଅ ଅରୁଣ ପଟ୍ଟନାୟକଙ୍କୁ ବିଜେଡିର ଉତ୍ତରାଧିକାରୀ କରିପାରନ୍ତି ବୋଲି ଯେଉଁ ଚର୍ଚ୍ଚା ଆଲୋଚନା ଲାଗିରହିଥିଲା ତାହାର ସମାପ୍ତି ଘଟିଛି। ଚର୍ଚ୍ଚା ହେଉଥିଲା ଯେ, ନବୀନ ହିଞ୍ଜିଳି ଆସନ ଛାଡ଼ିବେ ଏବଂ ଏଠାରୁ ତାଙ୍କ ପୁତୁରା ଅରୁଣ ପଟ୍ଟନାୟକ ନିର୍ବାଚନ ଲଢ଼ି ରାଜ୍ୟ ରାଜନୀତିରେ ଡେବ୍ୟୁ କରିବେ।

ସମ୍ବନ୍ଧିତ ଖବର