ସହିଦ ସପ୍ତାହର ପ୍ରଥମ ଦିନରେ ମାଓ ବ୍ୟାନର

ସେମିଳିଗୁଡା : ସହିଦ ସପ୍ତାହର ପ୍ରଥମ ଦିନରେ ଆଜି ସେମିଳିଗୁଡା ବ୍ଲକର ବିଭିନ୍ନ ଅଂଚଳରେ ମାଓ ବ୍ୟାନର ଦେଖିବାକୁ ମିଳିଛି । ସେମିଳିଗୁଡା ବ୍ଲକର ପାକଝୋଲା, ଦୁଧାରୀ ଓ ଉପର କାଣ୍ଟିରେ ମାଓ ସଂଗଠନ ପକ୍ଷରୁ ବ୍ୟାନର ଓ ପୋଷ୍ଟର ମରାଯିବା ସହ ଜୁଲାଇ ୨୮ରୁ ଅଗଷ୍ଟ ୩ ତାରିଖ ଯାଏଁ ସହିଦ ସପ୍ତାହ ପାଳନ କରିବାକୁ ଆହ୍ବାନ ଦିଆଯାଇଛି । ଏହି ବ୍ୟାନରରେ ମଦ ବିରୋଧୀ ଆନ୍ଦୋଳନକୁ ବ୍ୟାପକ କରିବାକୁ କୁହାଯିବା ସହ ମାଓବାଦୀ ନାମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଫୋର୍ସ ନିରୀହ ଲୋକଙ୍କୁ ହତ୍ୟା କରୁଥିବାରୁ ଏହାକୁ ନିନ୍ଦା କରାଯାଇଛି। ନାରାୟଣପାଟଣା ଅଂଚଳରେ ନିରୀହ ଲୋକଙ୍କ ଉପରେ ହେଉଥିବା ଜୁଲମକୁ ବନ୍ଦ କରିବାକୁ ଦାବି କରାଯାଇଛି । ସେମିଳିଗୁଡା ପୁଲିସ ସମସ୍ତ ବ୍ୟାନରକୁ ଜବତ କରିଛି ।

ସମ୍ବନ୍ଧିତ ଖବର