ଘଣ୍ଟାକ ମଧ୍ୟରେ ଟିକେଟ ସରିଯିବା ପରେ ଭୁବନେଶ୍ୱର-ନୂଆଦିଲ୍ଲୀ ସ୍ୱତନ୍ତ୍ର ଟ୍ରେନରେ ଯୋଡ଼ାଗଲା ଆଉ ୫ଟି ବଗି

୧୭ଟି ଥିଲା ଆଉ ୫ଟି ଯୋଡି ହେଲା

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଚାଲିବାକୁ ଥିବା ଭୁବନେଶ୍ୱର-ନୂଆଦିଲ୍ଲୀ ସ୍ୱତନ୍ତ୍ର ଟ୍ରେନ ପ୍ରତି ଲୋକଙ୍କର ଚାହିଦାକୁ ନଜରରେ ରଖି ନୂଆ ନିଷ୍ପତ୍ତି ନେଇଛି ରେଳ ମନ୍ତ୍ରାଳୟ | ଗତକାଲି ମାତ୍ର ଘଣ୍ଟାକ ମଧ୍ୟରେ ଭୁବନେଶ୍ୱର ନୂଆଦିଲ୍ଲୀ ସ୍ୱତନ୍ତ୍ର ଟ୍ରେନର ଟିକେଟ ସରିଯାଇଥିଲା | ଯାହାକୁ ନଜରରେ ରଖି ଏହି ଟ୍ରେନରେ ଆଉ ୫ଟି ବଗି ସଂଯୋଗ କରାଯିବାକୁ ନିଷ୍ପତ୍ତି ନିଆଯାଇଛି | ୪ଟି ତୃତୀୟ ଶ୍ରେଣୀ ଆସନ ବଗି ଥିବାବେଳେ ଗୋଟିଏ ଦ୍ଵିତୀୟ ଶ୍ରେଣୀ ଆସନ ବଗି ସଂଯୋଗ କରାଯାଇଛି | ଏହି ନୂଆ ୫ଟି ବାଜୀଙ୍କୁ ମିଶାଇ ଟ୍ରେନର ସମୁଦାୟ ବଗି ସଂଖ୍ୟା ୨୨ରେ ପହଂଚିଛି |

ଗତକାଲି ଆଇଆରସିଟିସି ୱେବସାଇଟ କାର୍ଯ୍ୟକ୍ଷମ ହେବାର ମାତ୍ର ଘଣ୍ଟାକ ମଧ୍ୟରେ ଏହି ଟ୍ରେନର ସମସ୍ତ ଟିକେଟ ସରିଯାଇଥିଲା | ଏଠାରେ ସୂଚନା ଥାଉ କି ଆସନ୍ତା ବୁଧବାରରୁ ସବୁଦିନ ଚାଲିବ ସ୍ୱତନ୍ତ୍ର ଟ୍ରେନ । ତେବେ ଭୁବନେଶ୍ୱର ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୧ରୁ ଏହି ସ୍ୱତନ୍ତ୍ର ଟ୍ରେନ ଚାଲିବ । ଆସନ୍ତା ୧୩ ତାରିଖ ସକାଳ ୧୦ଟାରୁ ଏହି ଟ୍ରେନ ଭୁବନେଶ୍ୱରରୁ ଛାଡିବ । ମୋଟ ୭ଟି ଷ୍ଟେସନରେ ଭୁବନେଶ୍ୱରରୁ ବାହାରିଥିବା ଏହି ଟ୍ରେନ ଅଟକିବ । ବାଲେଶ୍ୱର, ହିଜଲି (ଖଡଗପୁର), ଟାଟା, ବୋକାରୋ, ଗୟା, ଦୀନଦୟାଲ ଉପାଧ୍ୟାୟ ଜଙ୍କସନ, କାନପୁର ସେଣ୍ଟ୍ରାଲରେ ମଧ୍ୟ ଏହି ଟ୍ରେନ ରହିବ ।

ସବୁଠାରୁ ବଡ କଥା ହେଉଛି ଟ୍ରେନ ଛାଡିବାର ୯୦ ମିନିଟ ପୂର୍ବରୁ ପ୍ଲାଟଫର୍ମରେ ପହଞ୍ଚିବାକୁ ପରାମର୍ଶ ଦିଆଯାଇଛି । କେବଳ ଆଇଆରସିଟିସି ୱେବସାଇଟରେ ଟିକେଟ ବୁକ କରିହେବ । ୭ ଦିନର ଆଗୁଆ ଟିକେଟ ବୁକ କରି ପାରିବେ ଯାତ୍ରୀ । ୱେଟିଂଲିଷ୍ଟ ନୁହେଁ କେବଳ କନଫର୍ମ ଟିକେଟରେ ହିଁ ଯାତ୍ରା କରିହେବ । ତେବେ ଟ୍ରେନ ଛାଡିବାର ୨୪ ଘଣ୍ଟା ପୂର୍ବରୁ ଟିକେଟ ବାତିଲ କରିପାରିବେ ଯାତ୍ରୀ । ଆଉ ଟିକେଟ ବାତିଲ କଲେ ୫୦ ପ୍ରତିଶତ ଚାର୍ଜ ପଡିବ ।

ସମ୍ବନ୍ଧିତ ଖବର