ନୂଆପଡ଼ା ଜିଲ୍ଲାରେ ୫୦ ହଜାର ଛାତ୍ରଛାତ୍ରୀ ଅନଲାଇନ ପାଠପଢ଼ାରୁ ବଞ୍ଚିତ!

ନୂଆପଡ଼ା(ଅଶ୍ବିନୀ ପାଣିଗ୍ରାହୀ): କୋଭିଡ୍-୧୯ ସଂକ୍ରମଣର ମୁକାବିଲାକରିବା ପାଇଁ ସାରା ଦେଶରେ ଲକଡାଇନ୍ ଜାରି ରହିଛି। ଏହି ଲକଡାଉନ ଯୋଗୁ ଦେଶରେ ସମସ୍ତ ସ୍କୁଲ କଲେଜ, ଶିକ୍ଷାନୁଷ୍ଠାନ ବନ୍ଦ ଥିବାରୁ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ଏପରି ସମୟରେ ରାଜ୍ୟ ସରକାର ଛାତ୍ରଛାତ୍ରୀମାନେ ପାଠପଢ଼ାରୁ ବଞ୍ଚିତ ନ ହେବେ ସେଥିପାଇଁ ରାଜ୍ୟ ଶିକ୍ଷାବିଭାଗର ନିର୍ଦେଶରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ହ୍ବାଟସଆପ୍ ଗ୍ରୁପରେ ଅନଲାଇନ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପଢ଼ାଇବା ପାଇଁ ବ୍ୟବସ୍ଥା ହୋଇଛି। ରାଜ୍ୟ ସରକାର ଅନଳାଇନରେ ପାଠ ପଢ଼ାଇବା ପାଇଁ କହୁଥିବା ବେଳେ ଅନ୍ୟପଟେ କେନ୍ଦ୍ର ସରକାର ଡିଜିଟାଲ୍ ଇଣ୍ଡିଆର ନାରା ଦେଉଛନ୍ତି।
କିନ୍ତୁ ନୂଆପଡ଼ା ଜିଲ୍ଲାରେ ମୋବାଇଲ୍ ନେଟୱାର୍କ ନ ଥିବାରୁ ୫୦ ହଜାର ଛାତ୍ରଛାତ୍ରୀ ଅନଲାଇନ ପାଠ ବଢ଼ିବାରୁ ବଞ୍ଚିତ ରହିଛନ୍ତି। ତା’ସହ ଜିଲ୍ଲାରେ ୨୦ରୁ ଉର୍ଦ୍ଧ୍ବ ପଞ୍ଚାୟତରେ ମୋବାଇଲ ନେଟୱାର୍କ ନାହିଁ। ନେଟୱାର୍କ ଥିଲେ ମଧ୍ୟ ନେଟ୍ ସ୍ଲୋ ଥିବାରୁ ଛାତ୍ରଛାତ୍ରୀମାନେ ଠିକ ଭାବେ ଅନଲାଇନରେ କ୍ଳାସ୍ କରିପାରୁ ନାହନ୍ତି। ଗୋଟିଏ ପଟେ ନେଟୱାର୍କ ସମସ୍ୟା ରହିଥିବା ବେନଳେ ଅନ୍ୟ ପଟେ ଜିଲ୍ଲାର ସରକାରୀ ସ୍କୁଲରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଖରେ ସ୍ମାର୍ଟ‌ଫୋନ ନାହିଁ। ସ୍ମାର୍ଟଫୋନ ନଥିବାରୁ ଛାତ୍ରଛାତ୍ରୀ କିପରି ଅନାଇନ କ୍ଲାସ୍ କରିବେ ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ନୂଆପଡ଼ା ଜିଲ୍ଲା ଶିକ୍ଷାବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ନୂଆପଡ଼ା ଜିଲ୍ଲାରେ ୫ଟି ବ୍ଳକ ୧୩୧ଟି ପଞ୍ଚାୟ ରହିଛି। ଜିଲ୍ଲାରେ ଅଧିକାଂଶ ପଞ୍ଚାୟତ ଆଦିବାସୀ ବହୁଳ। ଏହି ଆଦିବାସୀ ଅଞ୍ଚଳର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଥିଲେ ମଧ୍ୟ ଏହି ଅଞ୍ଚଳର ଲୋକଙ୍କ ପାଇଁ ସବୁ ଅପହଞ୍ଚ । ଜିଲ୍ଲାରେ ବିଶେଷ କରି ମାଓପ୍ରବଣ ସୁନାବେଡ଼ା, ସୋସୋଙ୍ଗ ,ଭରୁମୁଣ୍ଡା, ଭଇଁଷାଦାନୀ , ପାଟଦରା, କାଠଫାର, ନଙ୍ଗଲବୋଡ଼, ଖାଟାମାଲ, ମାଓବାଦୀଙ୍କ ଚରାଭୂଇଁ ପାଲଟିଛି। ଜିଲ୍ଲାର ୨୦ଟିରୁ ଉର୍ଦ୍ଧ୍ବ ପଞ୍ଚାୟତ ମାଓପ୍ରବଣ ଏହି ପଞ୍ଚାୟତ ମାନଙ୍କରେ ମୋବାଇଲ ଟାୱାର ରହିଛି କିନ୍ତୁ ଭଲଭାବରେ କାମ କରୁନାହିଁ। ବୋ‌ଡ଼େନ ବ୍ଳକର ଭଇଁଷାଦାନୀ ନାଗପଡ଼ା,କର୍ଲାକୋଟ, ‌ବୁଏରଗାଁ, ଖଡ଼ିଆଳ ବ୍ଳକ ରାନିମୁଣ୍ଡ, ସିକୁଅଁ, ମାଣ୍ଡୋସିଲ, ବାଦି, ବିରିଘାଟ ପଞ୍ଚାୟତରେ ବହୁ ଗାଁରେ ମୋବାଇଲ ସେବା ଅପହଞ୍ଚ। ଏହି ଅଞ୍ଚଳର ଛାତ୍ରଛାତ୍ରୀମାନେ କିପରି ଅନଲାଇନ ମାଧ୍ୟମରେ ପାଠପଢ଼ୁଥିବେ ତାହା ସ୍ପଷ୍ଟବାରି ‌ହେଉଛି।

ଜିଲ୍ଲାରେ କୋମନା ବ୍ଳକ ୨ଟି ପଞ୍ଚାୟତ ସୁନାବେଡ଼ା ସୋସେଙ୍ଗ ପଞ୍ଚାୟତ ଛାତ୍ରଛାତ୍ରୀ ସଂପୂର୍ଣ୍ଣ ଭାବେ ଅନଲାଇନ ପାଠପଢ଼ାରୁ ବଞ୍ଚିତ ରହିଛନ୍ତି। ଜିଲ୍ଲାରେ କିଛି ଗାଁମାନଙ୍କରେ ଭଲଭାବରେ ନେଟୱାର୍କ ନ ଥିବାରୁ ଛାତ୍ରଛାତ୍ରୀମାନେ ନେଟୱାର୍କ ଥିବା ସ୍ଥାନକୁ ଆସି ଅନଲାଇନରେ ପାଠପଢ଼ୁଛନ୍ତି। ଅନ୍ୟପକ୍ଷେ ଜିଲ୍ଲାରେ ଅଧିକଂଶ ଛାତ୍ରଛାତ୍ରୀଙ୍କ ବାପା ମା’ଙ୍କ ପାଖରେ ସ୍ମାର୍ଟଫୋନ ନାହିଁ। ନୂଆପଡ଼ା ଜିଲ୍ଲା ଶିକ୍ଷା ବିଭାଗ ସରକାରଙ୍କ ନିର୍ଦେଶ ଅନୁଯାଇ ଜିଲ୍ଲାରେ ଜିଲ୍ଲାରେ ୬୦ ହଜାର ଛାତ୍ରଛାତ୍ରୀ ମଧ୍ୟରୁ ୯ ହଜାର ଛାତ୍ରଛାତ୍ରୀ ଅନଲାଇନରେ ପାଠ ପଢ଼ୁଛନ୍ତି । ଜିଲ୍ଲାରେ୧୩.୩୪ ପ୍ରତିଶତ ଛାତ୍ରଛାତ୍ରୀମାନଙ୍କୁ ଅନଲାଇନ୍ ରେ ପାଠପଢ଼ାଯାଉଛି। ଯେଉଁ ଅଞ୍ଚଳରେ ନେଟୱାର୍କ ନାହିଁ ସେହି ଅଞ୍ଚଳର ଛାତ୍ରଛାତ୍ରୀ ଏହି ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି ବୋଲି ଶିକ୍ଷା ବିଭାଗ ପ୍ରକାଶ କରିଛି।

ସମ୍ବନ୍ଧିତ ଖବର