ଭୁବନେଶ୍ୱର: ରାଜଧାନୀରେ କରୋନା ଦ୍ରୁତ ଗତିରେ ମାଡ଼ି ଚାଲିଛି। ପ୍ରତ୍ୟେକ ଦିନ ରାଜଧାନୀର ବିଭିନ୍ନ ବସ୍ତି ଓ ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଆଜି ଭୁବନେଶ୍ୱରରୁ ୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି। ଏହି ୭ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ରେଳ କର୍ମଚାରୀ ଅଛନ୍ତି ବୋଲି ଜଣାପଡ଼ିଛି। ଏଥିସହ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାଇଛି ବିଏମସି। ସୁସ୍ଥ ହୋଇଥିବା ଆକ୍ରାନ୍ତ ଜଣକ ୨୮ ବର୍ଷିୟ ପୁରୁଷ ଓ ସେ ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନିର ବାସିନ୍ଦା ଟୁଇଟ୍ କରି କହିଛି।
Sambad is now on WhatsApp
Join and get latest news updates delivered to you via WhatsApp
୭ ଜଣଙ୍କ ମଧ୍ୟରୁ ୪ଜଣ ହୋମ୍ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୩ଜଣ ସ୍ଥାନୀୟ ସଂକ୍ରମଣ ରହିିଛନ୍ତି। ହୋମ୍ କ୍ୱାରେଣ୍ଟାଇନ୍ରେ ଥିବା ୪ ଜଣ ରେଳ କର୍ମଚାରୀ ପୁରୁଷ, ସେମାନଙ୍କ ବୟସ ଯଥାକ୍ରମେ ୩୮ବର୍ଷ, ୩୦ବର୍ଷ, ୩୪ବର୍ଷ ଓ ୩୧ବର୍ଷ ରହିଛି। ଏ ସମସ୍ତେ ଦିଲ୍ଲୀ ଫେରନ୍ତା ବୋଲି ସୂଚନା ମିଳିଛି।
Update on newly detected & cured #COVID19 cases in the last 24 hrs under the BMC area on 19 Jun 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/etPbiWkjfI— BMC (@bmcbbsr) June 19, 2020
ସେହିପରି ଡୁମଡୁମା ହାଉସିଂ ବୋର୍ଡ କଲୋନିର ଜଣେ ୪୫ ବର୍ଷୀୟ ମହିଳା ଓ ୧୦ ବର୍ଷର ବାଳକଙ୍କ ଶରୀରରେ କରୋନା ଭୂତାଣୁ ଚିହ୍ନଟ ହୋଇଛି। ଏହି ଦୁଇଜଣ ନିକଟରେ ଗଞ୍ଜାମରୁ ଫେରିଥିବା ଜଣାପଡ଼ିଛି। ଚିହ୍ନଟ ହୋଇଥିବା ସପ୍ତମ କରୋନା ଆକ୍ରାନ୍ତ ଜଣକ ଜଣେ ୩୧ବର୍ଷୀୟ ମହିଳା। ସେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲର କର୍ମଚାରୀ । ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜଧାନୀରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୫ରେ ପହଞ୍ଚିଥିବା ବେଳେ ୮୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।