ନବବଧୂଙ୍କ ଆତ୍ମହତ୍ୟା: ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ସିମୁଳିଆ: ସିମୁଳିଆ ଥାନା କାଞ୍ଚପଡ଼ା ପଞ୍ଚାୟତ ବାଡ଼ିଆସାହିର ଦୀପକ କୁମାର ଶିଅଳ ପୁରୁଷୋତ୍ତମପୁରର ରତ୍ନମଣି ଶିଅଳଙ୍କ ଝିଅ ବିଷ୍ଣୁପ୍ରିୟାଙ୍କୁ ୬ ମାସ ତଳେ ବିବାହ କରିଥିଲେ। ଏପରି ସମୟରେ ବିଷ୍ଣୁପ୍ରିୟା ଶାଶୂଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି।

ଏନେଇ ବିଷ୍ଣୁପ୍ରିୟାଙ୍କ ପରିବାର ପକ୍ଷରୁ ସିମୁଳିଆ ଥାନାରେ ହତ୍ୟା ଅଭିଯୋଗ ହୋଇଛି। ଅଭିଯୋଗପତ୍ରରେ ଶାଶୂଘର ଲୋକମାନେ ଅଧିକ ଯୌତୁକ ଦାବି କରି ବିଷ୍ଣୁପ୍ରିୟାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ତେଣୁ ଶାଶୂଘର ଲୋକ ବିଷ୍ଣୁପ୍ରିୟାଙ୍କୁ ହତ୍ୟା କରି ଫାଶୀର ରୂପ ଦେଉଥିବା ଉଲ୍ଲେଖ ରହିଛି। ସିମୁଳିଆ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ସାଇଣ୍ଟିଫିକ୍‌ ଟିମ୍‌ ସହ ତଦନ୍ତ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର