ଓଡ଼ିଶାରେ ମେ’ ୨୦ରେ ହେବ ନିଟ୍‌ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ଡାକ୍ତରୀ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ‘ନିଟ୍‌’ ଓଡ଼ିଶାରେ ମେ’ ୨୦ରେ ହେବ। ଜାତୀୟ ସ୍ତରର ଏହି ପ୍ରବେଶିକା ପରୀକ୍ଷା ସାରା ଦେଶରେ ମେ’ ୫ ତାରିଖରେ ଥିବା ବେଳେ ଓଡ଼ିଶାରେ ଫନି ଯୋଗୁଁ ହୋଇପାରି ନ ଥିଲା। ସେଥିପାଇଁ ପରୀକ୍ଷା ତାରିଖ ଘୁଂଚାଯାଇଥିଲା।

ମେ ୩ ତାରିଖ ଶୁକ୍ରବାର ସାମୁଦ୍ରିକ ବାତ୍ୟା ଫନି ପୁରୀ ଆସିବା ପରେ ଓଡ଼ିଶାର ୧୧ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ରାସ୍ତାରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିବା ବେଳେ ଟ୍ରେନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା । ତେବେ ଯାତାୟତ ବାଧାପ୍ରାପ୍ତ ହୋଇଥିବାରୁ ମେ ୫ରେ ହେବାକୁ ଥିବା ନିଟ୍‌(ନ୍ୟାସ୍‌ନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ) ପରୀକ୍ଷାକୁ ବାତିଲ କରି ଦିଆ ଯାଇଥିଲା । ଓଡ଼ିଶା ବ୍ୟତୀତ ଅନ୍ୟ ରାଜ୍ୟରେ ଏହି ପରୀକ୍ଷା କରାଯାଇଥିବା ବେଳେ ଓଡ଼ିଶାରେ ଏହାକୁ ବାତିଲ କରାଯାଇଥିଲା । ତେବେ ପରୀକ୍ଷାଟି ବାତିଲ ହେବା ପରେ ଏବେ ମେ ୨୦ରେ ନିଟ୍‌ ପରୀକ୍ଷା ହେବ ବୋଲି ସୂଚନା ମିଳିଛି ।

ସମ୍ବନ୍ଧିତ ଖବର