ସଫଳ ହେଲା ଦୀପାଙ୍କ ପ୍ରୟାସ: କର୍ଣ୍ଣାଟକରୁ ଉଦ୍ଧାର ହେଲେ ୯ଜଣ ଦାଦନ

ପାଇକମାଳ : ପାଇକମାଳ ବ୍ଲକ୍‌ ଭୁତମୁଣ୍ଡା ଗ୍ରାମର କିଛି ପ୍ରବାସୀ ଶ୍ରମିକ ପେଟପାଟଣା ପାଇଁ କର୍ଣ୍ଣାଟକ ରାଜ୍ୟ ମାଣ୍ଡୟା ଜିଲ୍ଲା କୁର୍ଲୁବାହଲ ଗ୍ରାମକୁ ଦାଦନ ଖଟି ଯାଇଥିଲେ। ସେମାନଙ୍କ ମଧ୍ୟରେ କିଛି ଛୋଟ ଛୁଆ ଏବଂ ମହିଳା ମାନେ ମଧ୍ୟ ଥିଲେ। ସେଠାରେ ସେମାନଙ୍କୁ କିଛି ଦିନ ହେଲା ନିର୍ଯାତନାର ଶିକାର ହେବାକୁ ପଡ଼ୁଥିଲା। ଇଟାଭାଟି ମାଲିକ ବିଭିନ୍ନ ସମୟରେ ମାଡ୍‌ପିଟ୍‌ କରିବା ସହ ମିଛ କେସରେ ଫସେଇ ଦେବା ପାଇଁ ଧମକ ଦେଇଆସୁଥିଲା।

ଦାଦନ ଶ୍ରମିକଙ୍କ ପରିବାରବର୍ଗ ଟ୍ୱିଟର ଗାର୍ଲ ଭାବେ ପରିଚିତ ଦୀପା ବାରିକଙ୍କୁ ତାଙ୍କ ଗାଁ ଟେମରୀକୁ ଆସି ଭେଟିଥିଲେ। ସେ ଶ୍ରମିକଙ୍କ ଉଦ୍ଧାର ପାଇଁ କର୍ଣ୍ଣାଟକ ଏବଂ ଓଡ଼ିଶା ସରକାରଙ୍କ ଶ୍ରମ ବିଭାଗକୁ ଟ୍ୱିଟର ମାଧ୍ୟମରେ ଅନୁରୋଧ କରିଥିଲେ । କର୍ଣ୍ଣାଟକରେ ପୁଲିସ୍‌ ଟିମ୍ ଘଟଣାସ୍ଥଳକୁ ଯାଇ ପଚରା ଉଚୁରା କରି ସବୁ ଶ୍ରମିକଙ୍କୁ ଉଦ୍ଧାର କରିଥିଲା। ବୁଧବାର ଅପରାହ୍ନରେ ଶ୍ରମିକ ମାନେ ଟ୍ରେନରେ ରାୟପୁରକୁ ଯାତ୍ରା କରୁଥିବାର ସୂଚନା ରହିଛି। ଉଦ୍ଧାର ହୋଇଥିବା ଶ୍ରମିକମାନେ ହେଲେ ରୁଦ୍ର ନାଗ, ଶୁକମଣି ନାଗ, ଝୁମା ନାଗ, ନିକେଶ ନାଗ, ଶ୍ୱେତ କୁମାର ବରିହା, ଚନ୍ଦ୍ରିକା ବରିହା,ରିୟାଂଶି ବରିହା, ଲଳିତା ବରିହା ଏବଂ ଗୌତମ ବରିହା।

ସମ୍ବନ୍ଧିତ ଖବର