ବାତ୍ୟା ‘ଫନି’ ଯୋଗୁଁ ଏଥର ‘ଆଟ୍‌ ହୋମ୍‌’ ପାର୍ଟି ଆୟୋଜନ କରିବେନି ରାଜ୍ୟପାଳ

ଭୁବନେଶ୍ୱର: ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଫନି’ ଦ୍ୱାରା ପ୍ରଭାବିତ ରାଜ୍ୟବାସୀଙ୍କୁ ସମ୍ମାନ ଓ ସମ୍ବେଦନା ଜଣାଇବା ଉଦ୍ଦେଶ୍ୟରେ ୨୦୧୯ ସ୍ୱାଧୀନତା ଦିବସ ଅବସରରେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ‘ଆଟ୍‌ ହୋମ୍‌’ ପାର୍ଟି ଆୟୋଜନ କରିବେ ନାହିଁ। ଏ ସଂକ୍ରାନ୍ତରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।

ପ୍ରତିବର୍ଷ ସ୍ୱାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସ ଅବସରରେ ରାଜଭବନରେ ‘ଆଟ୍‌ ହୋମ୍‌ ’ସମାରୋହ ଆୟୋଜନ କରାଯାଇଥାଏ।

ସମ୍ବନ୍ଧିତ ଖବର