୩୧ ଯାଏ ବଡ଼ ବର୍ଷା ନାହିଁ

ଭୁବନେଶ୍ୱର : ଆସନ୍ତା ୩୧ ତାରିଖ ଯାଏ ରାଜ୍ୟରେ ବଡ଼ଧରଣର ବର୍ଷାର ସମ୍ଭାବନା ନାହିଁ। ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଜୁଲାଇ ୨୯ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏଥିସହ ଉତ୍ତର ବାଙ୍ଗଳାଦେଶ ଓ ଏହାକୁ ଲାଗି ଥିବା ପଶ୍ଚିମବଙ୍ଗର ହିମାଳୟ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ପ୍ରଭାବରେ ପୁଣିଥରେ ବର୍ଷା ବଢ଼ିବ। ଓଡ଼ିଶାର ଅଧିକାଂଶ ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ। ଏହି ସମୟରେ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନ ଓ ଦକ୍ଷିଣ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ବର୍ଷା ହେବାର ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଜୁଲାଇ ୩୧ ଯାଏ ଓଡ଼ିଶା ପ୍ରତି ସତର୍କ ସୂଚନା ନ ଥିବା ସ୍ପଷ୍ଟ କରାଯାଇଛି। ଅନ୍ୟପକ୍ଷରେ ଗତ ୧୨ ଘଣ୍ଟା ମଧ୍ୟରେ କଟକରେ ସର୍ବାଧିକ ୨୭ ମିମି ବର୍ଷା ହୋଇଥିବା ବେଳେ ଢେଙ୍କାନାଳରେ ୮, ଭୁବନେଶ୍ୱରେ ୭.୮, ଭବାନୀପାଟଣାରେ ୬, କୋରାପୁଟରେ ୩ ଓ ସୋନପୁରରେ ୨ ମିମି ବର୍ଷା ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର