ଓଡ଼ିଶାର କେଉଁ ଜିଲ୍ଲାରେ କେତେ କରୋନା ପଜିଟିଭ ଅଛନ୍ତି ଜାଣନ୍ତୁ

ଭୁବନେଶ୍ୱର:ରାଜ୍ୟରେ ଆଜି ପୁଣି ୧୧୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୫୦କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୧୩ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୯୭ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୧୭ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ କେତେଜଣ ଆକ୍ରାନ୍ତ ଅଛନ୍ତି।

ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୬୪୯, ବାଲେଶ୍ବରରେ ୧୯୭, ଯାଜପୁରରେ ୩୨୬ , କଟକରେ ୨୦୯, ପୁରୀରେ ୧୧୫, କେନ୍ଦ୍ରାପଡ଼ାରେ ୧୭୦, ଅନୁଗୁଳରେ ୩୩, ଖୋର୍ଦ୍ଧାରେ ୨୯୦, ଦେବଗଡ଼ରେ ୩୮ , ଭଦ୍ରକରେ ୧୫୨, ନୟାଗଡ଼ରେ ୯୭, ଜଗତସିଂହପୁରରେ ୧୩୦, ସୁନ୍ଦରଗଡ଼ରେ ୧୧୮, ନୂଆପଡ଼ାରେ ୭୨, ବଲାଙ୍ଗୀରରେ ୧୨୪, ବୌଦ୍ଧରେ ୩୫, କେନ୍ଦୁଝରରେ ୪୬, ମାଲକାନଗିରିରେ ୨୨, ମୟୂରଭଞ୍ଜରେ ୮୩, କଳାହାଣ୍ଡିରେ ୩୬, କନ୍ଧମାଳରେ ୩୭, ଗଜପତିରେ ୭୨, କୋରାପୁଟରେ ୧୭, ଢେଙ୍କାନାଳରେ ୩୯, ଝାରସୁଗୁଡ଼ାରେ ୯, ସମ୍ବଲପୁରରେ ୧୭ରେ ପହଞ୍ଚିଛି। ଅପରପକ୍ଷରେ ବରଗଡ଼ରେ ୧୮, ସୁବର୍ଣ୍ଣପୁର ଜିଲ୍ଲାରେ ୨୯ ଏବଂ ନବରଙ୍ଗପୁର ଜିଲ୍ଲାରେ ୨ଜଣ ଓ ରାୟଗଡ଼ା ଜିଲ୍ଲାରେ ୭ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ବି ଗଞ୍ଜାମ ଜିଲ୍ଲା ସଂକ୍ରମିତଙ୍କ ସଂଖ୍ୟାରେ ଶୀର୍ଷରେ ରହିଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର