ପ୍ରଥମ ପ୍ରୟାସରେ ପ୍ରଥମ ହେଲେ ଆୟୁଷୀ : ଛାତ୍ରଛାତ୍ରୀଙ୍କୁ ମୂଲ୍ୟବାନ୍ ପରାମର୍ଶ ଦେଲେ ଓଏଏସ୍ ଟପ୍ପର

ଭୁବନେଶ୍ବର : ପ୍ରକାଶ ପାଇଛି ଓଏଏସ୍ ପରୀକ୍ଷା ଫଳ। ପ୍ରଥମ ପ୍ରୟାସରେ ପ୍ରଥମ ସ୍ଥାନ ଦଖଲ କରିଛନ୍ତି ଭୁବନେଶ୍ୱରର ଝିଅ ଆୟୁଷୀ ମହାପାତ୍ର।ସେ ବର୍ଷେ ହେଲା ଓଡିଶା ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତ ହେଉଥିଲେ । ଆଉ ପ୍ରଥମ ପ୍ରୟାସରେ ସେ ଓଏଏସ ପାଇବା ସହ ଟପ୍ପର ହୋଇଛନ୍ତି।

ଆୟୁଷୀ ଭୁବନେଶ୍ୱରର  ନୂଆଗାଁ ସ୍କୁଲରୁ ମାଟ୍ରିକ ପାସ କରିଥିଲେ । ପରେ ବିଜେବି ଜୁନିୟର କଲେଜରେ ଯୁକ୍ତ ଦୁଇ ପଢିଥିଲେ । ମେକାନିକାଲ ଇଞ୍ଜିନିୟରିଂରେ ଆୟୁଷୀ ବି.ଟେକ୍ କରିଛନ୍ତି । ଏପରିକି ହାଇଦ୍ରାବାଦରେ ସେ ଦୁଇବର୍ଷ ପାଇଁ ଚାକିରି କରିଥିଲେ । ପରେ ଚାକିରି ଛାଡି ଓଡ଼ିଶା ପ୍ରଶାସନିକ ସେବା ପାଇଁ ଏକ ବର୍ଷ ହେଲା ପ୍ରସ୍ତୁତି କରୁଥିଲେ ।

ଆଜିକାଲି ଛାତ୍ରଛାତ୍ରୀମାନେ ସୋସିଆଲ ମିଡିଆରେ ସମୟ ଅତିବାହିତ କରିବାକୁ ଭଲ ପାଉଛନ୍ତି। ଏ  ନେଇ ଛାତ୍ରଛାତ୍ରୀଙ୍କୁ ବଡ ପରାମର୍ଶ ଦେଇଛନ୍ତି ଓଏଏସ  ଟପ୍ପର ଆୟୁଷୀ । ସେ କହିଛନ୍ତି, ସୋସିଆଲ ମିଡିଆର ଅତ୍ୟାଧିକ ବ୍ୟବହାର ପଢ଼ାରେ ବାଧା ସୃଷ୍ଟି କରିଥାଏ । ଆପଣ ଯଦି ଫେସବୁକ, ହ୍ୱାଟସଅପ ଓ ଟ୍ୱିଟର ପରି ସୋସିଆଲ ମିଡିଆର କବଳରେ ପଡିଯାନ୍ତି, ତାହା ହେଲେ ସେଥିରୁ ମୁକୁଳି ପାଠ ପଢାରେ ମନୋନିବେଶ କରିବା କଷ୍ଟକର ବ୍ୟାପାର । ସୋସିଆଲ ମିଡିଆ ଯଦି ଆପଣଙ୍କ ପ୍ରସ୍ତୁତିରେ କୌଣସି ବାଧକ ସାଜୁନାହିଁ ତେବେ ବ୍ୟବହାର କରିବାରେ କୌଣସି ଆପତ୍ତି ନାହିଁ ବୋଲି କହିଛନ୍ତି ଆୟୁଷୀ ।

ସମ୍ବନ୍ଧିତ ଖବର