୨୫ରୁ ବିଧାନସଭା ମୌସୁମୀ ଅଧିବେଶନ,୨୮ରେ ଆଗତ ହେବ ବଜେଟ୍‌

ଭୁବନେଶ୍ୱର: ନବଗଠିତ ବିଧାନସଭାର ପ୍ରଥମ ଅଧିବେଶନ ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବ ବୋଲି ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଦୁଇଟି ପର୍ଯ୍ୟାୟରେ ଅଧିବେଶନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ଚାଲିବ ଓ ଦ୍ୱିତୀୟ ପର୍ଯ୍ୟାୟ ଜୁଲାଇ ୧୨ରୁ ଆରମ୍ଭ ହୋଇ ଅଗଷ୍ଟ ୮ରେ ଶେଷ ହେବ।

Representional (odishaassembly.nic.in)on 25

ଅଧିବେଶନର ପ୍ରଥମ ଦିନ ପ୍ରଚଳିତ ପରମ୍ପରା ମୁତାବକ ରାଜ୍ୟପାଳ ତାଙ୍କର ଅଭିଭାଷଣ ପ୍ରଦାନ କରିବେ। ସେହିଦିନ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ ହେବ। ୨୬ ତାରିଖ ଦିନ ଉପବାଚସ୍ପତି ନିର୍ବାଚନ ଲାଗି ସମୟ ସୂଚୀ ଘୋଷଣା କରାଯିବା ସହ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ଜାରି ରହିବ। ୨୭ ତାରିଖ ଦିନ ଉପବାଚସ୍ପତି ନିର୍ବାଚନ ସାଙ୍ଗକୁ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ଶେଷ ହେବ। ୨୮ ତାରିଖ ଦିନ ଗୃହରେ ଚଳିତ ଆର୍ଥିକ ବର୍ଷ ଲାଗି ବଜେଟ ଉପସ୍ଥାପନ କରାଯିବ। ଜୁଲାଇ ୩୧ ତାରିଖ ଦିନ ବ୍ୟୟମଞ୍ଜୁରୀ ବିଲ୍‌ ଗୃହୀତ ହେବ।

ଏହି ଅଧିବେଶନ ଅଗଷ୍ଟ ୮ ତାରିଖ ପର୍ପ୍ୟନ୍ତ ଚାଲିବ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି। ମୌସୁମୀ ଅଧିବେଶନରେ ୩୦ଟି କାର୍ଯ୍ୟଦିବସ ରହିଛି।

ସମ୍ବନ୍ଧିତ ଖବର