ନବମ, ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଚଳିତବର୍ଷ ୩୦% କମିବ ସିଲାବସ୍

ଭୁବନେଶ୍ବର: ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ସିଲାବସ ୩୦ ପ୍ରତିଶତ କମିବ । ଅର୍ଥାତ ୭୦ ପ୍ରତିଶତ ସିଲାବସରୁ ହିଁ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । କରୋନାର ଦ୍ୱିତୀୟ ଲହରକୁ ଦେଖି ଏଭଳି ନିଷ୍ପତି କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ଏ ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

କରୋନା ସଂକ୍ରମଣ ଯୋଗୁ ରାଜ୍ୟରେ ଶ୍ରେଣୀଗୃହ ଶିକ୍ଷା ବାଧାପ୍ରାପ୍ତ ହୋଇଛି । ପିଲାଏ ଅନଲାଇନରେ ପାଠ ପଢୁଛନ୍ତି । ତେଣୁ ଏଭଳି ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ । ସେହିପରି ଅନଲାଇନ ପଠାପଢାରୁ ବଂଚିତ ପିଲାଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଅନପକ୍ଷରେ ସ୍କୁଲ ଖୋଲିବା ନେଇ ବର୍ତ୍ତମାନ କୌଣସି ନିଷ୍ପତ୍ତି ହୋଇନଥିବା କହିଛନ୍ତି ମନ୍ତ୍ରୀ ସମୀର ଦାଶ ।

ସମ୍ବନ୍ଧିତ ଖବର