ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ପାଇଁ ଖୁସି ଖବର: ସାଢ଼େ ୩ ଲକ୍ଷ କର୍ମଚାରୀ ପାଇବେ ୧୦ ପ୍ରତିଶତ ବକେୟା ଦରମା
ଭୁବନେଶ୍ୱର: ରାଜ୍ୟ ସରକାର ଗୁରୁବାର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି। ୨୦୧୬ ଜାନୁଆରି ୧ ତାରିଖ ଠାରୁ ସପ୍ତମ ବେତନ ଲାଗୁ ହେବା ପରେ କର୍ମଚାରୀମାନଙ୍କୁ ବକେୟା ଦରମାର ୧୦ ପ୍ରତିଶତ ଦେବାକୁ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ଘୋଷଣାରୁ ପ୍ରାୟ ସାଢ଼େ ୩ ଲକ୍ଷ ସରକାରୀ କର୍ମଚାରୀ ଉପକୃତ ହେବେ।
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟ ସରକାର ପୂର୍ବରୁ ନିଷ୍ପତ୍ତି ନେଇଛନ୍ତି କି ଆର୍ଥିକ ବର୍ଷ ୨୦୧୭-୧୮ ଓ ୨୦୧୮-୧୯ ପାଇଁ ପେନ୍ସନ୍ଭୋଗୀଙ୍କ ଶତ ପ୍ରତିଶତ ବକେୟା ଦେବେ। ସେହିଭଳି ୪୦ ପ୍ରତିଶତ କର୍ମଚାରୀ ସେମାନଙ୍କ ବକେୟା ପାଇବେ।