ଅଗଷ୍ଟ ୧୦ରେ ‘ଓଡ଼ିଆ ସାମ୍ବାଦିକତା ସମ୍ମାନ-୨୦୧୯’

ଭୁବନେଶ୍ବର : ଓଡ଼ିଆ ଓ ଓଡ଼ିଶାର ସାମ୍ବାଦିକତା କ୍ଷେତ୍ରରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ଓ ପରିଚୟ ହାସଲ କରିଥିବା ସାମ୍ବାଦିକମାନଙ୍କୁ ଆସନ୍ତା ୧୦ ତାରିଖରେ ‘ଓଡ଼ିଆ ସାମ୍ବାଦିକତା ସମ୍ମାନ’ରେ ସମ୍ମାନିତ କରାଯିବ। ଦିଲ୍ଲୀସ୍ଥିତ ଓଡ଼ିଆ ପ୍ରତିଷ୍ଠାନ ‘ପଲ୍ଲିବାଣୀ ମିସନ’ ପକ୍ଷରୁ ନୂଆଦିଲ୍ଲୀ କନ୍‌ଷ୍ଟିଚ୍ୟୁସନ୍‌ କ୍ଲବ୍‌ର ସ୍ପିକର ହଲ୍‌ରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମ ଅବସରରେ ଏହି ସମ୍ମାନ ପ୍ରଦାନ କରାଯିବ। ଚଳିତ ବର୍ଷ ଏହି ସମ୍ମାନ ଓଡ଼ିଶାର ୭ ଜଣ ସାମ୍ବାଦିକକୁ ପ୍ରଦାନ କରାଯିବ ବୋଲି ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମ ଅବସରରେ ଦିଲ୍ଲୀରୁ ୨୩ ବର୍ଷ ଧରି ନିୟମିତ ପ୍ରକାଶ ପାଇ ଆସୁଥିବା ସାହିତ୍ୟ ପତ୍ରିକା ‘ପଲ୍ଲିବାଣୀ’ର ଏକ ସଂଖ୍ୟା ଲୋକାର୍ପିତ ହେବ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ବୋଲି ‘ପଲ୍ଲିବାଣୀ ମିସନ’ର ଅଧ୍ୟକ୍ଷ ରାମଚନ୍ଦ୍ର ନାଥ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର