ନଭେମ୍ବର ୧୮ରେ ଓଡ଼ିଶା ମେଡିକାଲ ସେବା ସଂଘ (ଓମ୍‌ସା)ର ନିର୍ବାଚନ

ଭୁବନେଶ୍ବର : ଓଡ଼ିଶା ମେଡିକାଲ ସେବା ସଂଘ (ଓମ୍‌ସା)ର ନିର୍ବାଚନ ଆସନ୍ତା ନଭେମ୍ବର ୧୮ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଓମ୍‌ସା କେନ୍ଦ୍ରୀୟ ନିର୍ବାଚନ କମିଟି ବିଜ୍ଞପ୍ତି ଜାରି କରିଛି। ସମୁଦା‌ୟ ୧୩ ପଦ ପାଇଁ ନିର୍ବାଚନ ହେବ। ଚଳିତ ମାସ ୪ ତାରିଖଠାରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବେ। ୧୫ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ। ଆସନ୍ତା ମାସ ୨୩ ତାରିଖରେ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ। ସ୍ବାସ୍ଥ୍ୟସେବା ନିର୍ଦେଶକ ଡା. ଦିଲ୍ଲୀପ ଷଡ଼ଙ୍ଗୀ ଏହି କମିଟିର ଅଧ୍ୟକ୍ଷ ରହିଥିବା ବେଳେ ଡା. ରାମଚନ୍ଦ୍ର ରାଉତ ଆବାହକ, ଡା. ଆର.ଆର ସଦୌଲ ଓ ଡା. ଏ.କେ ଦାସ ସଦସ୍ୟ ରହିଛନ୍ତି।

ସମ୍ବନ୍ଧିତ ଖବର