ଓଜେଇଇ ଆବେଦନ ୨୬ ପର୍ଯ୍ୟନ୍ତ ବଢ଼ିଲା

ଭୁବନେଶ୍ବର : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଆବେଦନ ସମୟସୀମାକୁ ପୁଣିଥରେ ବୃଦ୍ଧି କରାଯାଇଛି। ଆଗ୍ରହୀ ଛାତ୍ରଛାତ୍ରୀ ଜୁଲାଇ ୨୬ ତାରିଖ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ଆବେଦନ ଏବଂ ଜୁଲାଇ ୨୮ ଯାଏ ଫି’ ଦାଖଲ କରିପାରିବେ। କରୋନା ସ୍ଥିତିକୁ ଅନୁଧ୍ୟାନ କରାଯାଇ ଆସନ୍ତା‌ ଦୁଇ ସପ୍ତାହ ମଧ୍ୟରେ ତାରିଖ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ଓଜେଇଇ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବିଶ୍ବବିଦ୍ୟାଳୟ, କଲେଜର ଏମ୍‌ବିଏ, ଏମ୍‌ସିଏ, ଏମ୍‌ଟେକ୍‌, ଏମ୍‌. ଆର୍କିଟେକ, ଏମ୍‌ ପ୍ଲାନ୍‌, ଏମ୍‌ ଫାର୍ମା, ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ, ଲାଟେରାଲ ଏଣ୍ଟ୍ରି ବି.ଟେକ୍‌ ଓ ବି. ଫାର୍ମା ପାଠ୍ୟକ୍ରମରେ ନାମଲେଖା ଲାଗି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଅନୁଷ୍ଠିତ ହେବ। ଜୁନ୍‌ ୧୭ରୁ ୨୪ ମଧ୍ୟରେ ଏହି ପରୀକ୍ଷା ହେବ ବୋଲି ଏପ୍ରିଲ ୧୨ରେ ଓଜେଇଇ କର୍ତ୍ତୃପକ୍ଷ ସମ୍ଭାବ୍ୟ ତାରିଖ ଘୋଷଣା କରିଥିଲେ। ତେବେ କରୋନା ସଂକ୍ରମଣ ବଢ଼ିବାରୁ ତାହାକୁ ସ୍ଥଗିତ ରଖାଯାଇଛି।

ସମ୍ବନ୍ଧିତ ଖବର