ବାଇଶି ପାହାଚରେ ବୃଦ୍ଧଙ୍କ ପ୍ରାଣଗଲା

ପୁରୀ : ମହାପ୍ରଭୁଙ୍କୁ ଦର୍ଶନ କରିବାର ଶେଷ ଇଛା ପୂରଣ ହେଲା ପାରାଦୀପ-ତିର୍ତ୍ତୋଲ ଅଞ୍ଚଳର ବୃଦ୍ଧ କୁଳମଣି ନାୟକ(୭୬)ଙ୍କର। ଚତୁର୍ଦ୍ଧା ମୂର୍ତ୍ତିଙ୍କର ଦର୍ଶନ ପରେ କୁଳମଣି ବାଇଶି ପାହାଚରେ ଆଜି ଟଳି ପଡ଼ିଥିଲେ।

ସୂଚନାଯୋଗ୍ୟ, ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଶେଷ ଇଛା ରହିଛି ବୋଲି କୁଳମଣି ତାଙ୍କ ପୁଅକୁ କହିଥିଲେ। ବାପାଙ୍କର ଇଛା ପୂରଣ କରିବା ପାଇଁ ପୁଅ ଏବଂ ପରିବାର ଲୋକ ଆଜି ଆସିଥିଲେ ଶ୍ରୀକ୍ଷେତ୍ରକୁ। କୁଳମଣିଙ୍କୁ ପରିବାର ଲୋକେ ଶ୍ରୀମନ୍ଦିର ଆଣି ରତ୍ନ ସିଂହାସନରେ ଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କର ଦର୍ଶନ କରାଇଥିଲେ। ପରେ ପରିବାର ଲୋକଙ୍କ ସହିତ କୁଳମଣି ବାଇଶି ପାହାଚରେ ବସିଥିବା ବେଳେ ସେଇଠି ଟଳି ପଡ଼ିଥିଲେ। ବାପାଙ୍କର ଦେହାନ୍ତ ହୋଇ ଯାଇଥିବା ଜାଣି ତାଙ୍କ ପୁଅ ଓ ପରିବାରର ଅନ୍ୟମାନେ କୁଳମଣିଙ୍କ ମୃତଦେହକୁ ଜଗନ୍ନାଥ ବଲ୍ଲଭ ପାର୍କିଂକୁ ନେଇ ଯାଇଥିଲେ। ମାତ୍ର ଏ ନେଇ ସିଂହଦ୍ଵାର ଥାନାରେ କୌଣସି ଖବର ନଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର