ଏ ବର୍ଷ ୧୦ ହଜାର ହେକ୍ଟର ଜମିରେ ଲଗାଯିବ ୧ କୋଟି ଚାରା

ଭୁବନେଶ୍ବର : ସବୁଜ ମହାନଦୀ ମିସନ୍‌ରେ ଚଳିତ ବର୍ଷ ୧୦ ହଜାର ହେକ୍ଟର୍ ଜମିରେ ୧ କୋଟି ଚାରା ରୋପଣ କରାଯିବ ବୋଲି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସନ୍ଦୀପ ତ୍ରିପାଠୀ ସୂଚନା ଦେଇଛନ୍ତି। ମହାନଦୀ ଓ ଗୋଦାବରୀ ନଦୀର ସଂରକ୍ଷଣ ସମ୍ପର୍କିତ କର୍ମଶାଳା ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ତ୍ରିପାଠୀ କହିଥିଲେ, ଗତ ବର୍ଷ ଏହି ମିସନ୍‌‌େର ୭,୫୦୦ ‌େହକ୍ଟର୍ ଜମିରେ ୭୮ ଲକ୍ଷ ଚାରା ରୋପଣ କରାଯାଇଥିଲା। ଚଳିତ ବର୍ଷ ଲଗାଯିବାକୁ ଥିବା ଏକ କୋଟି ଚାରା ମଧ୍ୟରୁ ଜଳସମ୍ପଦ ବିଭାଗ ୧୦ ଲକ୍ଷ ଓ ଉଦ୍ୟାନ କୃଷି ବିଭାଗ ସାଢ଼େ ସାତ ଲକ୍ଷ ଚାରା ଲଗାଇବେ। ଏହି କାର୍ଯ୍ୟକ୍ରମକୁ ତଦାରଖ କରିବା ପାଇଁ ଏକ ପିଏମ୍‌ୟୁ(ପ୍ରୋଜେକ୍ଟ ମ୍ୟାନେଜ୍‌ମେଣ୍ଟ୍‌ ୟୁନିଟ୍‌) ଗଠନ କରାଯିବ। ଜଳସମ୍ପଦ ବିଭାଗ ଏହାର ଦାୟିତ୍ବରେ ରହିବ। କୃଷି, ଜଳସମ୍ପଦ, ଜଙ୍ଗଲ ଓ ରାଜସ୍ବ ବିଭାଗ ପ୍ରମୁଖ ଏଥିରେ ସାମିଲ ହେବେ।

ସୂଚନାଯୋଗ୍ୟ ଯେ ଗତ ବର୍ଷ ଜୁଲାଇ ମାସରେ ରାଜ୍ୟ ସରକାର ସବୁଜ ମହାନଦୀ ମିସନ୍ ଆରମ୍ଭ କରିଥିଲେ। ଏହି ମିସନ୍‌ ଅଧୀନରେ ମହାନଦୀ କୂଳରେ ୪୦ ହଜାର ହେକ୍ଟର୍ ଜମିରୁ ଅଧିକ ଜାଗାରେ ୫ କୋଟି ଚାରା ରୋପଣ ପାଇଁ ଯୋଜନା ରହିଛି।

ସମ୍ବନ୍ଧିତ ଖବର