ସମୁଦ୍ରରେ ଡଙ୍ଗା ବୁଡ଼ି ଜଣେ ମୃତ, ୩ ଆହତ

ଛତ୍ରପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର ନିକଟ ଆର୍ଯ୍ୟପଲ୍ଲୀ ସମୁଦ୍ରରେ ସୋମବାର ରାତିରେ ଅଭାବନୀୟ ଘଟଣା ଘଟିଛି। ଡଙ୍ଗା ବୁଡ଼ିଯିବାରୁ ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ମୃତକଜଣକ ହେଲେ, କୁନା ପାଢ଼ୀ।

ଗ୍ରାମର ୭ରୁ ୮ ଜଣ ମତ୍ସ୍ୟଜୀବୀ ଆଜି ମାଛ ମାରିବାକୁ ଯାଇଥିଲେ। ଉଚ୍ଚଜୁଆର ଯୋଗୁଁ ସମୁଦ୍ର ମଝିରେ ଡଙ୍ଗା ଓଲଟି ପଡ଼ିବାରୁ ସମସ୍ତେ ବୁଡ଼ିଯାଇଥିଲେ। ତେବେ, ଡଙ୍ଗାର ପଙ୍ଖା ବ୍ଲେଡ୍ ବାଜି କୁନାଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟମାନେ ପହଁରି କୂଳରେ ପହଞ୍ଚିଥିଲେ। ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରିଥିଲେ। ସାମୁଦ୍ରିକଥାନା ପୁଲିସ ଶବକୁ ଜବତ କରିଥିବା ବେଳେ ଏହି ଘଟଣା ପରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର