ବିଷାକ୍ତ ଖାଦ୍ୟ ଖାଇ ଜଣେ ମୃତ

ଧର୍ମଶାଳା/କଣ୍ଟିଗଡିଆ : ବିଷାକ୍ତ ଖାଦ୍ୟ ଖାଇ ସ୍ବାମୀର ମୃତ୍ୟୁ ଘଟିଥିବା ବେଳେ ପତ୍ନୀ ଏବଂ ପୁଅ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ମୃତକ ହେଲେ, ଧର୍ମଶାଳା ଥାନା ଅନ୍ତର୍ଗତ କଣ୍ଟିଗଡିଆ ଗ୍ରାମର କୃଷ୍ଣଚନ୍ଦ୍ର ପରିଡା(୫୬)। ପ୍ରକାଶ ଯେ, ଗତ ବୁଧବାର ରାତିରେ କୃଷ୍ଣଚନ୍ଦ୍ରଙ୍କ ଘରେ ରୋଷେଇ ହୋଇଥିବା ତରକାରିରେ ଚମ୍ପେଇନେଉଳ ପଡିଯାଇଥିଲା । ପରିବାର ଲୋକେ ଜାଣି ନପାରି ଏହି ବିଷାକ୍ତ ଖାଦ୍ୟ ଖାଇଥିଲେ। କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀ ସାବିତ୍ରୀ ଓ ପୁଅ ରାଜେନ୍ଦ୍ର ଗୁରୁତର ହୋଇପଡିଥିଲେ। ଗୁରୁତର ଅସୁସ୍ଥଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ସମ୍ବନ୍ଧିତ ଖବର