କରୋନା ସନ୍ଦେହ : ଅସୁସ୍ଥ ଯାତ୍ରୀଙ୍କୁ ସମ୍ବଲପୁର ଷ୍ଟେସନ୍‌ରେ ଓହ୍ଲାଇ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଡାକ୍ତରଖାନା ପଠାଗଲା

ସମ୍ବଲପୁର: ହାଓ୍ଵଡା-ଜଗଦଲପୁର ସମ୍ବଲେଶ୍ୱରୀ ଏକ୍ସପ୍ରେସ୍‌ରେ ଜଣେ ବୟସ୍କ ତଥା ଅସୁସ୍ଥ ଯାତ୍ରୀଙ୍କୁ  ବୁଧବାର ସହଯାତ୍ରୀଙ୍କ ଅଭିଯୋଗ କ୍ରମେ ସମ୍ବଲପୁର ଷ୍ଟେସନ୍‌ ପରିଚାଳକ ଗାଡ଼ିରୁ ଓହ୍ଲାଇ ଡାକ୍ତରଖାନା ପଠାଇଛନ୍ତି । ଏହି ଅଭିଯୋଗକୁ କେନ୍ଦ୍ର କରି ଉକ୍ତ ଯାତ୍ରୀଙ୍କୁ ହସ୍‌ପିଟାଲ୍‌ ନେବା ପାଇଁ ସ୍ୱତନ୍ତ୍ର ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି।

ସୂଚନାଯୋଗ୍ୟ, ଆଜି ସକାଳ ୯ଟାରେ ସମ୍ବଲପୁର ଷ୍ଟେସନ୍‌ରେ ହାଓ୍ଵଡା-ଜଗଦଲପୁର ସମ୍ବଲେଶ୍ୱରୀ ଏକ୍ସପ୍ରେସ୍‌ ପହଞ୍ଚିଥିଲା। ଏହି ଏକ୍ସପ୍ରେସ୍‌ରେ ଯାତ୍ରା କରୁଥିବା ଜଣେ ବୟସ୍କ ଯାତ୍ରୀ ବାରମ୍ବାର ଛିଙ୍କିବା ଓ କାଶୁଥିବା ସହଯାତ୍ରୀମାନେ ଦେଖିବାକୁ ପାଇଥିଲେ। ଏ ନେଇ ତାଙ୍କୁ ପଚାରିବାରୁ ସେ କିଛି ବି କହି ନଥିିଲେ। ଏହାପରେ ଯାତ୍ରୀମାନେ ସମ୍ବଲପୁର ଷ୍ଟେସନ୍‌ରେ ଟ୍ରେନ୍‌ ରହିବା ପରେ ଜିଆରପି ଓ ଷ୍ଟେସନ୍‌ ପରିଚାଳକଙ୍କୁ ଜଣାଇଥିଲେ। ରେଳବାଇର ଏକ ଟିମ୍‌ ବଗିକୁ ଯାଇ ଦେଖିଲା ବେଳକୁ ଛିଙ୍କ ଓ କାଶରେ ବୟସ୍କଙ୍କ ଅବସ୍ଥା ଅସୁସ୍ଥ ହୋଇପଡ଼ିଥିଲା। ଯିଏ ଯାହା ପଚାରୁଥିଲେ ବି ବୟସ୍କ ଯାତ୍ରୀ ଜଣକ କାହାକୁ କିଛି ନ କହି ଚୁପ୍‌ ହୋଇ ବସି ରହିଥିଲେ।

Image result for sambalpur station

ବୟସ୍କ ଯାତ୍ରୀଙ୍କ ଏଭଳି ଅବସ୍ଥା ଦେଖି ସତର୍କତା ଦୃଷ୍ଟିରୁ ରେଳବାଇ ଟିମ୍‌ ସଙ୍ଗେସଙ୍ଗେ ତାଙ୍କୁ ଷ୍ଟେସନ୍‌ରେ ଓହ୍ଲାଇ ଦେଇଥିଲେ। ସେ ଓହ୍ଲାଇବା ପରେ ଟ୍ରେନ୍‌ଟି ପୁର୍ନବାର ଯାତ୍ରା ଆରମ୍ଭ କରିଥିଲା। ରେଳବାଇ ଟିମ୍‌ ଉକ୍ତ ଯାତ୍ରୀଙ୍କୁ ହସ୍‌ପିଟାଲ୍‌ ନେବା ପାଇଁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ବନ୍ଦୋବସ୍ତ କରିଛନ୍ତି।

ସମ୍ବନ୍ଧିତ ଖବର