୧ରୁ ଅନଲାଇନରେ ମିଳିବ ପ୍ରଦୂଷଣ ପ୍ରମାଣପତ୍ର, ଡିସେମ୍ବର ୧ରୁ କଡାକଡି ଯାଞ୍ଚ ହେବ, ସ୍ପଷ୍ଟ କଲେ ସରକାର

ଭୁବନେଶ୍ୱର : ଆସନ୍ତା ଅକ୍ଟୋବର ୧ ତାରିଖରୁ ଓଡ଼ିଶାରେ ଅନଲାଇନ ପ୍ରଦୂଷଣ ପ୍ରମାଣପତ୍ର (ପଲ୍ୟୁସନ ସାର୍ଟିଫିକେଟ୍‌ ) ବାଧ୍ୟତାମୂଳକ ହେବ । କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ ଜାରି ଏ ସଂପର୍କିତ ନିୟମାବଳୀ ସାରା ଦେଶରେ ଗତ ଏପ୍ରିଲ ୧ରୁ ଲାଗୁ ହୋଇଥିବାବେଳେ ଓଡ଼ିଶାରେ ଲାଗୁ ହୋଇନଥିଲା । ଓଡ଼ିଶା ସରକାର ଏହାକୁ ୬ ମାସ ବିଳମ୍ବରେ ଅର୍ଥାତ ଅକ୍ଟୋବର ୧ରୁ ଲାଗୁ କରୁଛନ୍ତି । ଏ ନେଇ ଗତକାଲି ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯିବା ପରେ ରାଜ୍ୟରେ ଗାଡି ମାଲିକମାନଙ୍କ ମନରେ ଛନକା ପଶିଯାଇଥିଲା । ଗତ କିଛି ଦିନ ଧରି ଘଣ୍ଟା ଘଣ୍ଟା ଲାଇନରେ ଛିଡାହୋଇ ବାହାର କରିଥିବାପ୍ରଦୂଷଣ ପ୍ରମାଣପତ୍ର କଣ ଅଚଳ ହୋଇଯିବ ? କଣ ଅକ୍ଟୋବର ୧ରୁ ପ୍ରଦୂଷଣ ପ୍ରମାଣପତ୍ର ବିନା ଗଣିବାକୁ ହେବ ହଜାର ହଜାର ଟଙ୍କାର ଜରିମାନା ?

ଏସବୁକୁ ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ କେତେକ ସ୍ପଷ୍ଟୀକରଣ ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ନଭେମ୍ବର ୩୦ ସୁଦ୍ଧା ଗାଡିର ସବୁ କାଗଜପତ୍ର ପ୍ରସ୍ତୁତ ରଖିବା ଲାଗି ଗାଡିମାଲିକମାନଙ୍କୁ କୁହାଯାଇଛି । ଏହାର ଅର୍ଥ ହେଉଛି ନଭେମ୍ବର ୩୦ ପରେ ହିଁ ପ୍ରଦୂଷଣ ପ୍ରମାଣପତ୍ର ଓ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କଡାକଡି କରାଯିବ । କେବଳ ଆସନ୍ତା ୧ ତାରିଖଠାରୁ ପ୍ରଦୂଷଣ ଯାଞ୍ଚ କେନ୍ଦ୍ରରେ ଆଉ ମାନୁଆଲ ପଲ୍ୟୁସନ ସାର୍ଟିଫିକେଟ୍‌ ବଦଳରେ ଅନଲାଇନରେ ପଲ୍ୟୁସନ ସାର୍ଟିଫିକେଟ୍‌ ପ୍ରଦାନ କରାଯିବ । ପିୟୁସି ଭେଣ୍ଡର ଏହାକୁ ଅନଲାଇନରେ ଗାଡିମାଲିକଙ୍କ ନିକଟକୁ ପଠାଇବେ । ଗାଡିମାଲିକମାନେ ଏମପରିବହନ ଆପରେ ନିଜ ପଲ୍ୟୁସନ ସାର୍ଟିଫିକେଟ୍‌ କୁ ଦେଖିପାରିବେ ।

ସମ୍ବନ୍ଧିତ ଖବର