ଅଣ୍ଟା ତଳକୁ ଆଘାତ ଲାଗିଥିବାରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଶୃଙ୍ଖଳାରେ ଖେଳିବେନି ବୁମରା, ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ: ଭାରତର ଦ୍ରୁତ ବୋଲର ଯଶପ୍ରୀତ ବୁମରା ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚର ଆଗାମୀ ଶୃଙ୍ଖଳାରେ ଖେଳିବେନି। ବୁମରାଙ୍କ ଅଣ୍ଟା ତଳକୁ ସାମାନ୍ୟ ଆଘାତ ଲାଗିଥିବା ଡାକ୍ତରୀ ଟିମ୍‌ ଅନୁମାନ କରୁଛନ୍ତି। ବୁମରାଙ୍କର ଅନୁପସ୍ଥିତିରେ ଟିମ୍‌ ଇଣ୍ଡିଆରେ ଅନ୍ୟ ଦ୍ରୁତ ବୋଲର ଉମେଶ ଯାଦବ ଖେଳିବେ।

ବୁମରା ଆଘାତର ଶିକାର ହୋଇଥିବା ନେଇ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ପ୍ରକାଶ କରିଛି। ଆଘାତ ପାଇଥିବା ସନ୍ଦେହ କରି ବୁମରାଙ୍କ ରେଡିଓଲୋଜୀ ସ୍କ୍ରିନିଂ କରାଯାଇଛି ଏବଂ ସେ କର୍ଣ୍ଣାଟକରେ ନ୍ୟାସନାଲ କ୍ରିକେଟ ଏକାଡେମୀ (ଏନ୍‌ସିଏ)ରେ ଚିକିତ୍ସାଧୀନ ଅଛନ୍ତି। ବିସିସିଆଇ ମେଡିକାଲ ଟିମ୍‌ ବୁମରାଙ୍କର ସ୍ୱାସ୍ଥ୍ୟ ପ୍ରତି ନଜର ରଖିଛନ୍ତି।

Zee News

ଟିମ୍‌ ଇଣ୍ଡିଆ

ବିରାଟ କୋହଲି (ଅଧିନାୟକ), ମୟଙ୍କ ଅଗ୍ରଓ୍ଵାଲ, ରୋହିତ ଶର୍ମା, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ (ଉପ-ଅଧିନାୟକ), ହନୁମା ବିହାରୀ, ଋଷଭ ପନ୍ତ (ଓ୍ଵିକେଟକିପର), ଋଦ୍ଧିମାନ ଶାହା (ଓ୍ଵିକେଟକିପର), ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଦେଜା, କୁଲଦୀପ ଯାଦବ, ମହମ୍ମଦ ସାମି, ଉମେଶ ଯାଦବ, ଈଶାନ୍ତ ଶର୍ମା, ଶୁଭମନ ଗିଲ

ଅଣ୍ଟା ତଳକୁ ଫ୍ୟାକ୍ଚର ସମ୍ମୁଖୀନ ହେଇଥିବା ଯଶପ୍ରୀତ ବୁମରାଙ୍କୁ ଟିମ୍‌ ଇଣ୍ଡିଆ ଆଗାମୀ ପେଟିଏମ୍‌ ଫ୍ରିଡମ ଶୃଙ୍ଖଳା ପାଇଁ ସାମିଲ କରିନାହିଁ ବୋଲି ବିସିସିଆଇ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛି। ଫଳରେ ଅଖିଳ ଭାରତୀୟ ବରିଷ୍ଠ ଚୟନ କମିଟି ବୁମରାଙ୍କ ସ୍ଥାନରେ ଗାନ୍ଧୀ-ମଣ୍ଡେଲା ଟ୍ରଫି ପାଇଁ ଉମେଶ ଯାଦବଙ୍କୁ ସାମିଲ କରିଛି।

ସମ୍ବନ୍ଧିତ ଖବର