ବୋର୍ଡ ପକ୍ଷରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନାମ ପଞ୍ଜୀକରଣ ସମୟସୀମା ୨୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନାମ ପଞ୍ଜୀକରଣ ସମୟସୀମା ଅକ୍ଟୋବର ୨୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ୨୦୧୯ରେ ମାଟ୍ରିକ ପରୀକ୍ଷା ଦେବାକୁ ଥିବା ତଥା ଚଳିତ ବର୍ଷ ନବମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କ ନାଁ ପଞ୍ଜୀକରଣ ପାଇଁ ଶେଷ ତାରିଖ ଅକ୍ଟୋବର ୧୨ ଧାର୍ଯ୍ୟ କରାଯାଇଥିଲା। ବୋର୍ଡ ପକ୍ଷରୁ ଏହି ସମୟସୀମା ବୃଦ୍ଧି କରାଯାଇଛି। ଛାତ୍ରଛାତ୍ରୀମାନେ ଅନ୍‌ ଲାଇନରେ ଅକ୍ଟୋବର ୨୦ ତାରିଖ ରାତି ୧୧ଟା ୪୫ ମିନିଟ ପର୍ଯ୍ୟନ୍ତ ପଞ୍ଜୀକରଣ ପାଇଁ ନିର୍ଦ୍ଧାରିତ ଫି ଅନ୍‌ ଲାଇନରେ ଜମା କରି ପାରିବେ। ଏଥି ସହିତ ଅକ୍ଟୋବର ୨୧ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ନବମ ଶ୍ରେଣୀ ଛାତ୍ରଛାତ୍ରୀମାନେ ସେମାନଙ୍କ ନାଁ ପଞ୍ଜୀକରଣ କରି ପାରିବେ। ନିର୍ଦ୍ଧାରିତ ୪୦ ଟଙ୍କା ଫି ଜମା କରିଥିବା ଛାତ୍ରଛାତ୍ରୀ ନାଁ ପଞ୍ଜୀକରଣ କରି ପାରିବେ। ଯେଉଁ ନବମ ଶ୍ରେଣୀ ଛାତ୍ରଛାତ୍ରୀମାନେ ନାଁ ପଞ୍ଜୀକରଣ କରିବେ ନାହିଁ ସେମାନେ ନିୟମିତ ଛାତ୍ରଛାତ୍ରୀ ଭାବେ ୨୦୧୯ରେ ବୋର୍ଡ ପରୀକ୍ଷା ଦେବାରୁ ବଞ୍ଚିତ ହେବେ ବୋଲି ବୋର୍ଡର ପରୀକ୍ଷା ନିୟନ୍ତ୍ରକ ନିହାର ରଂଜନ ମହାନ୍ତି ସୂଚନା ଦେଇଛନ୍ତି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନାମ ପଞ୍ଜୀକରଣ କରି ନଥିବା ଛାତ୍ରଛାତ୍ରୀ ପତ୍ରବିନିମୟ ପାଠ୍ୟକ୍ରମରେ ପରୀକ୍ଷା ଦେଇ ପାରିବେ।

ସମ୍ବନ୍ଧିତ ଖବର